November 1, 2024

ହାଇଦ୍ରାବାଦ୍‌ , ୨୮ା୦୧ (ଭୟୋସ ଅଫ୍ ଇଣ୍ଡିଆ) :-: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି। ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ୨୮ ରନ୍‌ରେ ହାରିଯାଇଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮), ଯଶପ୍ରୀତ ବୁମରା (ଅପରାଜିତ ୬ ରନ୍‌) ଓ ମହମ୍ମଦ ସିରାଜ (୧୨) ଭଲ ସ୍କୋର କରିପାରିନଥିବାରୁ ଭାରତ ହାରି ଯାଇଛି। ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍‌ ସଂଗ୍ରହ କରିଥିଲା। ସେହିପରି ଭାରତ ପ୍ରଥମ ପାଳିରେ ୪୩୬ ରନ୍‌ କରିଥିଲାବେଳେ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ମାତ୍ର ୨୦୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଫଳ​‌େ​‌ ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *