ନେମାଳ,୦୭ା୧୧-ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠରେ ସପ୍ତଖଣ୍ଡ ହରିବଂଶ ନବାହ୍ନ ପରାୟଣର ଚତୁର୍ଥ ବାର୍ଷିକ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ପଣ୍ଡିତ ଶତୃଘ୍ନ ଦାସ କର୍ତ୍ତା ଭାବେ ଅଧିଷ୍ଠିତ ହୋଇକାର୍ଯ୍ୟକ୍ରମ ପରିଚାଳିତ କରୁଥିଲା ବେଳେ ଏହି ନବାହ୍ନ ପରାୟଣ କାର୍ଯ୍ୟକ୍ରମ ଆସନ୍ତା ୯ ଦିନ ପର୍ଯ୍ୟନ୍ତ ଚାଲିଥିଲା ।ପ୍ରତ୍ୟହ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ସେବା ପୂଜା ଭୋର ୩ ଘଟିକାରେ ମଙ୍ଗଳଆଳତୀ, ସ୍ନାନକର୍ମ, ଚନ୍ଦନଲାଗି, ନିତ୍ୟବେଶ, ତୁଳସୀ ସେବା, ନିତ୍ୟାନୀ ଭୋଗ କରାଯିବା ପରେ ଅଚ୍ୟୁତାନନ୍ଦ ରଚିତ ସପ୍ତଖଣ୍ଡ ହରିବଂଶ ପଠନ ଆଦି କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ପଣ୍ଡିତ ନବକିଶୋର ଦାସ, ନିର୍ମଳ ମିଶ୍ର ଶର୍ମା (ବାୟା ବାବା) ମହନ୍ତ ଅନନ୍ତରାମ ଦାସ,ଅଭୟାନନ୍ଦ ଗିରୀ,ସିତାରାମ ବାବା,ଦ୍ୱାରିକା ଦାସ,ବାବା ରାଧେ ରାଧେ, ପଣ୍ଡିତ ଭୃଗୁରାମ ପଣ୍ଡା, ସନାତନ ଦାସ,ଅମରବଲ୍ଲଭ ଦାସ,ପ୍ରସନ୍ନ ପାତ୍ର, କୁଞ୍ଜ କିଶୋର ବଳ, ଆଲୋକ ଦତ୍ତ, ହରେକୃଷ୍ଣ ପୂଝାରୀ, ଅଜୟ କୁମାର ପୃଷ୍ଟି, ଅଭୟ କୁମାର ଦାସ, ଲିଟୁ ନନା, ଗନୁ ପାତ୍ରଙ୍କ ସମେତ ସମସ୍ତ ସେବାୟତ ପ୍ରମୁଖ ଯୋଗଦେଇ ହରିବଂଶ ପଠନ କରାଯିବା ସହିତ ବିଭିନ୍ନ ଧାର୍ମିକ ଆଲୋଚନାମାନ କରାଯାଇଥିଲା ।