ବିଦ୍ୟାଳୟର ନୈତିକ ଓ ଶୈକ୍ଷିକ ବାତାବରଣ ହିଁ ଛାତ୍ରଛାତ୍ରୀଙ୍କ ଜୀବନକୁ ସଠିକ ଦିଗରେ ଗଢି ତୋଳିବ
ଭୁବନେଶ୍ୱର,୨୨ା୧୨(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :–ଆଧୁନିକ ବିଶ୍ୱ ଗଢିବାରେ ଛାତ୍ରଛାତ୍ରୀ ମାନଙ୍କ ଅବଦାନ ଅତୁଳନୀୟ । ଉଚ୍ଚକୋଟୀର ଶିକ୍ଷାଦାନ,ଶୃଖଳା ସହ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଓ ସମାଜସେବା ପାଇଁ ଶିକ୍ଷକ ମାନେ ଶିକ୍ଷା ବିକାଶର ଚାବିକାଠି ତଥା ପ୍ରଗତିର ସାଥୀ ହୋଇଥିବା ବେଳେ ବିଦ୍ୟାଳୟର ନୈତିକ ଓ ଶୈକ୍ଷିକ ବାତାବରଣ ହିଁ ଛାତ୍ରଛାତ୍ରୀଙ୍କ ଜୀବନକୁ ସଠିକ ଦିଗରେ ଗଢି ତୋଳିବାରେ ସହାୟକ ହେବା ସହିତ ଛାତ୍ରଛାତ୍ରୀ ମାନେ ସୃଜନାତ୍ମକ ଚିନ୍ତାଧାରାକୁ ମାନବ ଜାତି ହିତରେ ବ୍ୟବହାର କରିବା ଆବସ୍ୟକ ବୋଲି ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ୧୯୭୯ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବନ୍ଧୁମିଳନ ଉତ୍ସବ ଓ କାର୍ଯ୍ୟକାରୀଣି ବୈଠକରେ ଅତିଥି ମାନେ ଉଦ୍ବୋଧନ ଦେଇଛନ୍ତି । ଆଜି ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଏକ ସଭାରେ ଅନନ୍ତ କିଶୋର ଭୁୟାଁ ଅଧ୍ୟକ୍ଷତା କରିଥିଲେ । ଶ୍ୟାମ ସୁନ୍ଦର ସାହୁୁ ଯୋଗଦେଇ ଉତ୍ସବର ଆଭିମୁଖ୍ୟ ସଂପର୍କରେ କହିଲେ ଯେ ଦୈନିକ କାର୍ଯ୍ୟଚାପରୁ ଏହା ସମ୍ୟକ ମୁକ୍ତି ଦେବା ସହ ପାରସ୍ପରିକ ସମ୍ବଦ୍ଧର ସୁଦୃଢ କରିବାରେ ସହାୟକ ହୁଏ । ଏହି ଅବସରରେ ବିଦ୍ୟାଳୟର ମାଟ୍ରିକ୍ ପରିକ୍ଷାରେ ସର୍ବୋଚ ନମ୍ବର ରଖି ଉତିର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ବ୍ୟାଚ ତରଫରୁ ଦିଆଯାଉଥିବା ପୁରସ୍କାର ଓ ମାନପତ୍ର ଆଗାମି ବର୍ଷ ମାନଙ୍କରେ ଅବ୍ୟହତ ରହିବ ବୋଲି ବେଠକରେ ସହମତି ପ୍ରକାଶ ପାଇଥିବା ବେଳେ ବିଦ୍ୟାଳୟର ଐ୍ୟତିହ,ପରମ୍ପରା ଓ ଅତିତର ସ୍ମୃତି ବହନ କରୁଥିବା ଏକ ପତ୍ରିକା ପ୍ରକାଶ କରାଯିବା ପାଇଁ ସୁଚନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଭା ପରିଚାଳନାରେ ଚନ୍ଦ୍ରଶେଖର ରାଉତ,ଗୋଲକ ଚନ୍ଦ୍ର ମହାପାତ୍ର,ବିଜୟ କୁମାର ମଲିକ,ସନାତନ ସାହୁ,ଦୀପକ ରଞ୍ଜନ ମହାନ୍ତି,ଭରତ ଚନ୍ଦ୍ର ମୁଦୁଲି,ମେନେକା ସିଂ,ନିରଞ୍ଜନ ପଣ୍ଡା,କ୍ଷୀରୋଦ କୁମାର ଦଳାଇ,ଦେବକାନ୍ତ ଦାସ,ପଫୁୁଲ୍ଲ କୁମାର ମହାପାତ୍ର,ଦେବେନ୍ଦ୍ରନାଥ ଦାସ,କୁଞ୍ଜ ବିହାରୀ ଦାସ,ସୁଧାକର ସାହୁ,ମହେନ୍ଦ୍ର ଚନ୍ଦ୍ର ନନ୍ଦ,ସନ୍ତୋଷ ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।