ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ, ଆଗତ-ଅନାଗତ ମନ୍ତ୍ରର ଉଦ୍ଘୋଷକ, ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱର ଉପସ୍ଥାପକ, ତ୍ରିକାଳଜ୍ଞ ସର୍ବୋପରି ଭବିଷ୍ୟତ ମାଳିକା ସମେତ ବହୁ ଉପାଦେୟ ଗ୍ରନ୍ଥର ରଚୟିତା ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପର୍ଯ୍ୟଟନ ପୀଠର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ବିଦ୍ଧିବଦ୍ଧ ଭାବେରେ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁଚନାଯୋଗ୍ୟ ଦୀର୍ଘ ଦିନ ହେବ ପୀଠଟି ଅବହେଳିତ ଅବସ୍ଥାରେ ପଡିରହିଥିବାରୁ ଅଚ୍ୟୁତପ୍ରେମୀ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ପୀଠର ବିକାଶ ପାଇଁ ସଦାସର୍ବଦା ଦାବି ହୋଇଆସୁଥିଲା । ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ସମେତ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ବରିଷ୍ଠ ପଦାଧିକାରୀ ପ୍ରମୁଖ ଚଳିତ ଏପ୍ରିଲ ମାସ ୨୮ ତାରିଖ ଅପରାହ୍ନ ୫ଟାରେ ନେମାଳ ପୀଠକୁ ଗ୍ରସ୍ତରେ ଆସିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରରେ ଚତୁପାଶ୍ୱର୍ରେ ଆବଶକୀୟ ସ୍ଥାନ ନିରୁପଣ କରିବା ସହିତ ଜବରଦଖଲ ହୋଇଥିବା ରାସ୍ତାଗୁଡିକର ପୁନରୁଦ୍ଧାର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଉକ୍ତ ଘଟଣା ସଂପର୍କରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯଯାଇ ୧୮ଟି ଉନ୍ନୟନ ମୁଳକ କାର୍ଯ୍ୟର ପ୍ରସ୍ତାବ ଦିଆଯାଇଥିଲା ।
ତେବେ ଅଜି ଉକ୍ତ ପଦାଧିକାରୀ ମାନଙ୍କ ଗସ୍ତର ସଫଳ ରୁପାୟନ ନେଇଛି । ଏନେଇ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରାଯାଇ ସେଥିରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଉକ୍ତ ଖବର ପ୍ରସାରିତ ହେବା ପରେ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଓ ଗୋପୀନାଥ ଜୀଉ ଆଶ୍ରମ ଟ୍ରଷ୍ଟ ,ସ୍ଥାନିୟ ସମସ୍ତ ଜନସାଧାରଣ ଓ ଶ୍ରୀ ଅଚ୍ୟୁତପ୍ରେମୀ ଶ୍ରଧାଳୁ ମାନଙ୍କ ପକ୍ଷରୁ ରଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି । ସୁଚନାଥାଉକି ଗତ ମାସରେ ନେମାଳ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠ ଶ୍ରୀ ଶ୍ରୀ ଗୋପୀନାଥଜୀଉଙ୍କ ବିଜେସ୍ଥଳୀକୁ ସର୍ବସାଧାରଣଙ୍କ ପୀଠ ଭାବେ ମାନ୍ୟବର ଅଦାଲତ ରାୟ ଶୁଣାଇଥିଲେ । ଫଳରେ ଅଚ୍ୟୁତପ୍ରେମୀ ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୩ କୋଟି ଟଙ୍କା ପ୍ରଦାନ କରାଯାଇଥିବାରୁ ଆଜି ପୀଠ ସ୍ଥଳରେ ମିଷ୍ଟାନ୍ନ ବିତରଣ ଓ ବାଣ ଫୁଟାଇ ଆନନ୍ଦର ଲହରି ଖେଳିଯାଇଛି ଯାହାକି ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ଏଥିସହିତ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ, ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କୁଓଡିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଜେ.କେ ଦାସ,ରାଜସ୍ୱ ଆୟୁକ୍ତ ସୁରେଶ ଦଳାଇ,ଏଣ୍ଡାମେଣ୍ଟ ଆୟୁକ୍ତ ଶିଶିର ରଥ,ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଉପଜିଲ୍ଲାପାଳ ତଥା ଟ୍ରଷ୍ଟବୋଡ ଅଧ୍ୟକ୍ଷ କମଲଜିତ ଦା.ସମାଜସେବୀ ପ୍ରସନ୍ନ କୁମାର ବେଉରା ପ୍ରମୁଖଙ୍କ ଉଦ୍ୟମକୁ ଭୂୟସୀ ପ୍ରସଂଶା କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।