
ଭୁବନେଶ୍ୱର,୧୭।୭ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ବିଧାୟକ ଶ୍ରୀମାନ ସାରଦା ପ୍ରସାଦ ପ୍ରଧାନ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ l ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଯେଉଁମାନଙ୍କ କଠିନ ପରିଶ୍ରମ ଏବଂ ତ୍ୟାଗ ପାଇଁ ଏହି ବିଦ୍ୟାଳୟ ଆଜି ସମଗ୍ର ଜିଲାରେ ଗୌରବ ଅର୍ଜ୍ଜନ କରିପାରିଛି ସେହି ମହାମନୀଷୀ ମାନଙ୍କ ଆଦର୍ଶ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ l ପ୍ରତ୍ୟେକ ବିଦ୍ୟାମନ୍ଦିର ଗୋଟିଏ ଗୋଟିଏ ମଣିଷ ତିଆରି କାରଖାନା,ଗୁରୁ ଗୁରୁମା ମାନେ ସେଠାରେ ଜୀବନ୍ତ ଦେବତା l ବିଦ୍ୟାର୍ଥୀ ମାନେ ଶ୍ରଦ୍ଧା ଭକ୍ତି ଏବଂ ନିଷ୍କାମ ଭାବନା ନେଇ ବିଦ୍ୟାମନ୍ଦିରରୁ ଆଶୀର୍ବାଦ ପ୍ରାପ୍ତ ହେବାକୁ ବିଧାୟକ ଆହ୍ୱାନ ଦେଇଥିଲେ l ପୁରାତନ ଛାତ୍ର, ଅଭିଭାବକ ଏବଂ ବୁଦ୍ଧିଜୀବୀ ମାନେ ଏକାଠି ହେଲେ ଏହି ବିଦ୍ୟାଳୟରୁ ଶହଶହ ଭଲ ମଣିଷ ସୃଷ୍ଟି ହୋଇପାରିବେ ବୋଲି ଅତିଥିମାନେ କହିଥିଲେ
