February 28, 2025

ଭୁବନେଶ୍ବର-୨୭ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-ସମାଜସେବୀ ଅଧ୍ୟାପକ ସ୍ୱର୍ଗତ ବାବାଜି ଚରଣ ପୃଷ୍ଟି ଜଣେ ସଂସ୍କାରବାଦୀ ଅଦ୍ୱିତୀୟ ସମାଜସେବକ ତଥା ଆଧ୍ୟାତ୍ମିକବାଦି ମଣିଷ ଥିଲେ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।ଆଜି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିସରରେ ଆୟୋଜିତ ଅଷ୍ଟମ ବାର୍ଷିକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିସଭା ବାବାଜି ଚରଣ ପୃଷ୍ଟି ସ୍ମୃତି କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ଆନୁକୁଲ୍ୟରେ ଆୟୋଜିତ ଏହି ଏøତିହାସିକ ସମାରୋହର ପ୍ରାରମ୍ଭରେ ଗୁରୁପାଦ ପୂଜା,ଗୀତା ପାରାୟଣ, ଭାଗବତ ପାରାୟଣ ଓ ଭଜନ କୀର୍ତ୍ତନ କରାଯାଇଥିଲା । ପରେ ଏକ ସ୍ମୃତି ସଭାରେ ବହୁ ସାହିତ୍ୟିକ,କବି,ଗାଳ୍ପିକ,ସାମ୍ବାଦିକ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାବାଜି ଚରଣ ପୃଷ୍ଟିଙ୍କ ବହୁମୁଖି ପ୍ରତିଭା ସଂପର୍କରେ ସୁଚନା ଦେଇଥିବା ବେଳେ ତାଙ୍କ ଭଳି ଜଣେ ବିଚକ୍ଷଣ ଜ୍ଞାନୀ, ଧୀଶକ୍ତି ସମ୍ପନ୍ନ ତଥା ମାର୍ଗଦର୍ଶକ ଆଉ ମିଳିବେ ନାହିଁ ବୋଲି ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ବକ୍ତାମାନେ ମତପ୍ରକାଶ କରିଥିଲେ ।ଏହି ଅବସରରେ ସ୍ୱର୍ଗତ ପୃଷ୍ଟିଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ, ଧୂପଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନିୟ ଅଞ୍ଚଳର ଜନସାଧାରଣ,ସାମ୍ବାଦି,ସାହିତ୍ୟିକ,ବୁଦ୍ଧିଜିବୀ, ରାଜନେତା ମାନେ ଯୋଗଦେଇଥିବା ବେଳେ ଅଜୟ କୁମାର ପୃଷ୍ଟି,ହରପ୍ରସାଦ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *