ପୂର୍ବପୁରୁଷମାନଙ୍କ ପାରାକାଷ୍ଠା ତଥା ବୀରତ୍ୱ ଯୁବ ସମାଜ ପାଇଁ ପ୍ରେରଣାର ଆହ୍ୱାନ
ଭୁବନେଶ୍ବର-୨୭ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-ଧର୍ମ ଏକ ମହାନ୍ ଚେତନା ଓ ଭଗବାନ ପ୍ରତିଟି ହୃଦୟରେ ବିଦ୍ୟମାନ । ଭଗବତ୍ ଚିନ୍ତା ହିଁ ସତ୍ମାର୍ଗ ତଥା ସତଗତିର ଏକ ପ୍ରକୃଷ୍ଟମାର୍ଗ । ଆର୍ଯ୍ୟାବର୍ତ୍ତର ପୂଣ୍ୟଭୂମି ଭାରତର ପରମ୍ପରା ଓ ସଂସ୍କୃତି ଚିର ଶାଶ୍ୱତ । ଆଜିର ଯୁବ ଓ ନାରୀ ଶକ୍ତି ନମ୍ରତା ଓ ଭକ୍ତପୂର୍ଣ୍ଣ ଭାବନାରେ ଉଦ୍ବୁଦ୍ଧ ହୋଇ ପିତା ମାତା ଗୁରୁଜନଙ୍କୁ ସମ୍ମାନ ପ୍ରଦାନ ପୂର୍ବକ ନୀତି ଓ ସଂସ୍କାରପୂର୍ଣ୍ଣ ଜୀବନ ଯାପନ କରିବା ଏକାନ୍ତ ଜରୁରୀ ହୋଇପଡିଛି । ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖି ସମାଜକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଐକ୍ୟବଦ୍ଧ ଭାବେ ସଂଗ୍ରାମ ଜାରୀ ରଖିବାକୁ ବିଶିଷ୍ଠ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି ।ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାବୁଜଙ୍ଗ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ୩୨ ତମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ପୂଜାକମିଟି ସଭାପତି ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଯୋଗଦେଇ ପୂର୍ବପୁରୁଷମାନଙ୍କ ପାରାକାଷ୍ଠା ତଥା ବୀରତ୍ୱ କୃପାଧେୟ କରି ସମାଜକୁ ଉନ୍ନତି ପାଇଁ ଯୁବ ସମାଜ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତାଭାବେ ଭାବେ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ,ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ଜିଲ୍ଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତି , ସରପଞ୍ଚ ମିଲନ କୁମାର ଭୁୟାଁ,କଳାକାର ଲିପସ୍ସା ମିଶ୍ର,କିଶୋର ସାହାଣି ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଜେଡି ଜିଲ୍ଲା ସମ୍ପାଦକ ଯୁବନେତା ବିଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରାରମ୍ଭରେ ଅତିଥିମାନଙ୍କୁ ସାଧବବେଶରେ ବୋଇତରେ ନୌକା ବିହାରା କରାଯିବା ପରେ ସାଧବାଣୀମାନେ ବୋଇତ ବନ୍ଦାପନା କରି ସଭାସ୍ଥଳୀକୁ ପାଛୋଟି ନେଇଥିଲେ । ଏହି ଉତ୍ସବରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା । ଆଖପାଖ ଅଞ୍ଚଳରୁ ବହୁ ଜନ ସମାଗମ ହୋଇଥିଲା ।ପରେ ଅନୁଷ୍ଠାନ ପକ୍ଷରୁ ସାତ ଦିନ ଧରି ଆୟୋଜିତ ହେଉଥିବା ଉତ୍ସବରେ ପ୍ରତ୍ୟହ ସଂନ୍ଧ୍ୟା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।