କାମାକ୍ଷାନଗର(ଭୟେସ୍ ଅଫ୍ ଇଣ୍ଡିଆ): କାମାକ୍ଷାନଗର ସହକାରୀ ଦୌରାଜଜ ଏକ ସରକାରୀ ଅର୍ଥ ତୋଷରପାତ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ତା ୫.୨.୨୦୦୨ ରିଖ ଦିନ କଙ୍କଡ଼ାହାଡ଼ ୟୁକୋ ବ୍ୟାଙ୍କ ମ୍ୟାନେଜର ଯୁଧିଷ୍ଠିର ପଣ୍ଡା କାମାକ୍ଷାନଗର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ ଯେ, କଙ୍କଡ଼ାହାଡ଼ ବ୍ଲକର କ୍ୟାସିଅର ଅନନ୍ତ ଚରଣ ସାହୁ ଚଞ୍ଚକତା କରି ଚେକ୍ ମାଧ୍ୟମରେ ବ୍ୟାଙ୍କରୁ ୮୦ ହଜାର ୩୫୦ ଟଙ୍କା କଙ୍କଡ଼ାହାଡ଼ ବ୍ଲକ ଆକାଉଣ୍ଟରୁ ଉଠେଇ ନେଇ ଯାଇଥିଲେ। ଏହି ଘଟଣାକୁ ନେଇ କାମାକ୍ଷାନଗର ପୁଲିସ କାମାକ୍ଷାନଗର ଥାନା କେସ୍ ନମ୍ବର ୨୦/୨୦୦୨ରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୪୨୦ ଓ ୪୬୮ରେ ରୁଜୁ କରି ଅଭିଯୁକ୍ତ ଅନନ୍ତ ଚରଣ ସାହୁକୁ ଗିରଫ କରିଥିଲା। ତଦନ୍ତ ପ୍ରକ୍ରିୟାର ସମାପ୍ତି ପରେ ପୁଲିସ ଅଭିଯୋଗ ଫର୍ଦ ଦାଖଲ କରିଥିଲେ, ଯାହା ଅଦାଲତରେ ଏଜ କେଶ ନମ୍ବର ୪୦/୨୦୦୨ରେ ବିଚାର ହୋଇଥିଲା। ଏହି ମାମଲାରେ ୧୨ ଜଣ ସାକ୍ଷୀଙ୍କ ସାକ୍ଷ ବୟାନ ନିଆଯାଇଥିଲା। ଉକ୍ତ ସାକ୍ଷ ବୟାନକୁ ଭିତ୍ତି କରି ଆସାମୀ ଅନନ୍ତ ଚରଣ ସାହୁଙ୍କୁ ସହକାରୀ ଦୌରାଜଜ ଶ୍ରଦ୍ଧାଞ୍ଜଳି ରାୟ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ସର୍ବଜିତ ଜୀ ପରିଚାଳନା କରୁଥିଲେ ଏବଂ ଆଇନଜୀବୀ ଆଶୁତୋଷ ସାହୁ ଓ ଆଇନଜୀବୀ ଶରତ କୁମାର ମିଶ୍ର ତାଙ୍କୁ ସହାୟତା କରିଥିଲେ।