November 1, 2024

ଭୁବନେଶ୍ୱର,୧୬ା୦୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ ଏପରିକି ଚାଷୀମାନଙ୍କ ସୁବିଧା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟା କରି ଆସୁଥିବା ସହ ଗ୍ରାମାଞ୍ଚଳର ମାଆମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହେବ ବୋଲି ଆଜି ବଳରାମପୁର ଠାରୁ ମହମ୍ମଦପୁର ନଦୀବନ୍ଧ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢୀକରଣ ପାଇଁ ୪୯ କୋଟି ୨୨ଲକ୍ଷ ୫୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାର ଶୁଭ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମତ ଦେଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ଇଂ ବିଳାସ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କଟକ ଜିଲ୍ଲା ବିଜୁଜନତାଦଳ ଉପ ସଭାପତି ଅଚ୍ୟୁତାନନ୍ଦ ଦାସ,ସାଧାରଣ ସଂପାଦକ ନୃସିଂହ ଚରଣ ମୁଦୁଲି ,୨୭ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ସୁଭଶ୍ରୀ ମହାନ୍ତି ,ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ,ନିଶ୍ଚିନ୍ତଜୋଇଲି ବ୍ଲକ ବିକୁଜନତା ଦଳ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ,ସାଧାରଣ ସଂମ୍ପାଦକ ବିଶ୍ୱେନ୍ଧୁ ମହାରଣା,ସାଧାରଣ ସଂମ୍ପାଦକ ମିଲନ କୁମାର ଭୁୟାଁ,ରାଜ୍ୟ ସଦସ୍ୟା ପଦ୍ମାବତୀ ସାହୁ, ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ,ମହମ୍ମଦପୁର ପ୍ରାକ୍ତନ ସରପଞ୍ଚ ସରୋଜ ବେହେରା,ପାଳଦା ସରପଞ୍ଚ ଚନ୍ମୟୀ ବେହେରା , ସୈାଭାଗ୍ୟଲକ୍ଷ୍ମୀ ମଲିକ,ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ ଦାସ,ଜିଲ୍ଲା ଯୁବ ସମ୍ପାଦକ ହିମାଂଶୁ ଶେଖର ଦାସ ,ଯୁବ ବିଜେଡି ସଭାପତି ଭୈରବ କାସ୍ତ ,ସୁବାସ ପାତ୍ର ,ରାଜ୍ୟ ମହିଳା ବିଜୁଜନତା ଦଳ ସଦସ୍ୟା ପଦ୍ମାବତୀ ସାହୁ,ରଞ୍ଜନ ବେହେରା,ଶିର୍ଲୋ ସରପଞ୍ଚ ଶିପ୍ରା ଭୋଇ,ଇସାଣିବରହ୍ମପୁର ସରପଞ୍ଚଶୁସାନ୍ତ ସେଠୀ , ମଣିଜଙ୍ଗ ଶାରଦା ମହାନ୍ତି ,ଉପସଭାପତି ଅମୀୟ ପ୍ରସାଦ ମହାନ୍ତି,ସମିତି ସଭ୍ୟ ବିଶ୍ୱନ୍ଦୁ ମହାରଣା, ବ୍ଲକ ଛାତ୍ର କାର୍ଯ୍ୟକାରୀ ସଭାପତି ବଳଦେବାନନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ ।ଉକ୍ତ ରାସ୍ତା କାର୍ଯ୍ୟ ବିଜୟ ବିଲ୍ଡକନସ୍ ପ୍ରାଇଭେଟ ଲିମିଟେଡ ଚୁକ୍ତିନାମା କରିଥିବା ବେଳେ ୩୦ଫୁଟ ପ୍ରସ୍ଥ ୨୬କିମି ପର୍ଯୟନ୍ତ ସମ୍ପ୍ରସାରଣ ଓ ସୁଦୃଢୀକରଣ କରାଯିବ ।

Leave a Reply

Your email address will not be published. Required fields are marked *