ଭୁବନେଶ୍ୱର,୧୦ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବନ୍ଧକାଟିଆ ପଞ୍ଚାୟତ ସରପଞ୍ଚ ପ୍ରଦିପ୍ତ କୁମାର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସମିତିସଭ୍ୟ ବୈକୁଣ୍ଠ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପାଇଁ ସରକାର କରିଥିବା ସମସ୍ତ ପ୍ରକାର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ ।ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା,ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଂଞ୍ଜନ ମହାପାତ୍ର,ବିଜୁ କୃଷକ ଜନତା ଦଳର ସଭାପତି ଜ୍ୟୋତି ପ୍ରକାଶ ସ୍ୱଇଁ ,ବିଜେଡି ସଭାପତି ରମାକାନ୍ତ ମହାନ୍ତି ,ଆତ୍ମା ସଭାପତି ହିମାଶୁଂଶେଖର ମହାନ୍ତି,ଦାଉଦପୁର ପଞ୍ଚାୟତ ସରପଞ୍ଚ ଲଲିତେନ୍ଦୁ ବିଶୋଇ, ସମାଜସେବୀ କିଶୋର କୁମାର ତ୍ରୀପାଠୀ , ବିଜେଡି ସଭାପତି ପ୍ରହଲ୍ଲାଦ ଜେନା,ଜିଆରଏସ ଅନୁପ କୁମାର ରଥ ,କେଦାରଶ୍ୱର ବେହେରା,ଶଚିତାନନ୍ଦ ସାହୁ,ମମତା କର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଟିଭି ପରଦା ସହ ନୃତ୍ୟ ଓ ସଙ୍ଗୀତ ମା୍ମମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିବା ବେଳେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି , ଏମବିକେ,ସିଆରସି,ସମସ୍ତ ସ୍ୱସ୍ଥ୍ୟକର୍ମୀ ମାନଙ୍କୁ ଉପଢୈକନ ମାନେପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କେଦାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।