ଭୁବନେଶ୍ୱର,୨୨।୨(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳମିଶ୍ରୀ ପଞ୍ଚାୟତ ସରପଞ୍ଚ ଅନନ୍ତ କର ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ଓ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶର ବାର୍ତ୍ତା ପ୍ରଦାନ କରିଥିଲେ । ଅତିଥି ଭାବେ ନିଶ୍ଚିନ୍ତଜୋଇଲି ବ୍ଲକ ବିକୁଜନତା ଦଳ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ , ସରପଞ୍ଚ ଜୟନ୍ତି ଗୋଛାୟତ ,ସମିତି ସଭ୍ୟ ବିଶ୍ୱଜିତ ସ୍ୱଇଁ ,ପଞ୍ଚାୟତ ବିଜେଡି ସଭାପତି ନାରାୟଣ ସ୍ୱାଇଁ ,ଯୁବ ସଭାପତି ମାନଗୋବିନ୍ଦ ଦାସ ,ରତିକାନ୍ତ ଭୁୟାଁ ,ଶରତ ସାମଲ ,କାଳନ୍ଦି ଭୋଇ ,ଜିଲ୍ଲା ଯୁବ ସମ୍ପାଦକ ହିମାଂଶୁ ଶେଖର ଦାସ ,ଚନ୍ଦ୍ରକାନ୍ତ ପରିଡା,ତରଣିସେନ୍ ଜେନା ,ବାବାଜି ବେହେରା,ଦିଲିପ ଜେନା ,ଜନାର୍ଦ୍ଧନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଟିଭି ପରଦା ସହ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିବା ବେଳେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି , ଏମବିକେ,ସିଆରସି,ସମସ୍ତ ସ୍ୱସ୍ଥ୍ୟକର୍ମୀ ମାନଙ୍କୁ ଉପଢୈକନ ମାନେପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝିଲି ବେହୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *