January 27, 2025

ଭୁବନେଶ୍ୱର୧୨/୧୧/୨୩ ଭୟେସ ଅଫ୍ ଇଣ୍ଡିଆ (ବିନୟ କୁମାର ଦାସ)ନିଶ୍ଚିନ୍ତକୋଇଲି ବ୍ଲକରେ ନୁତନ ଭାବେ ଯୋଗଦେଇଥିବା ବ୍ଲକ ମଣ୍ଡଳଉନ୍ନୟନ ଅଧିକାରୀ ଧର୍ମ ରଂଞ୍ଜନ ପଣ୍ଡା ଆଜି ନେମାଳ , ଉତରକୂଳ ,ମଣିଜଙ୍ଗ ପଞ୍ଚାୟତରେ ରାଜ୍ୟ ସରକାରଙ୍କର ଦ୍ୱାରା ତ୍ୱାରାନିତ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ମାରାଥନ ସମିକ୍ଷା କରିଛନ୍ତି । ପ୍ରଥମେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳର ଭିତିଭୂମିର ବିକାଶ ନିମନ୍ତେ ୫-ଟି ଯୋଜନାରେ ୧କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ତ୍ୱରାନିତ କାର୍ଯ୍ୟର ସମିକ୍ଷା କରାଯାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଂକର ପ୍ରସାଦ ନାୟକ ଓ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ନେମାଳ ଠାରେ ମିନୀ ଷ୍ଟାଡିୟମ୍ ନିମନ୍ତେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତର ସମିକ୍ଷା କରିଥିଲୋ । ଷ୍ଟାଡିୟମ୍ ଅତ୍ୟନ୍ତ ଉଚ୍ଚମାନର କାର୍ଯ୍ୟା କରାଯାଉଥିବା ଦେଖିଥିଲେ । ପରେ ଭଗବତୀ ମହିଳା ମହାବିଦ୍ୟାଳୟ ମଣିଜଙ୍ଗ, ଚିତ୍ରୋତ୍ପଳା ମହାବିଦ୍ୟାଳୟ ଉତରକୂଳ ଗୁଡିକର ଭିତିଭୂମିର ବିକାଶ ନିମନ୍ତେ ୫୦ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁରିକରଣ କାର୍ଯ୍ୟର ତ୍ୱରାନିତ ସଂପର୍କରେ ସମିକ୍ଷା କରିଥିଲୋ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜୁଜନତାଦଳ ସାଧାରଣ ସଂପାଦକ ନୃସିଂହ ଚରଣ ମୁଦୁଲି , ଯୁବ ବିଜେଡି ସଭାପତି ଭୈରବ କାସ୍ତ,ସରପଞ୍ଚ ସସ୍ମିତା ମହାନ୍ତି,ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ ,ଉପସଭାପତି ଅମୀୟ ପ୍ରସାଦ ମହାନ୍ତି,ଯୁବନେତା ସୁବାସ ପାତ୍ର, ସହକାରୀ ଯନ୍ତ୍ରୀ ନଳିନୀ ମହାପାତ୍ର,ଯନ୍ତ୍ରୀ ମିସ୍ ମମତା,ଯନ୍ତ୍ରୀ ଅନାମ ଚରଣ ବିଶ୍ୱାଳ, ଯନ୍ତ୍ରୀ ବିଜୟ କୁମାର ସେଠୀ, ଗୋକୁଳାନନ୍ଦ ପ୍ରଧାନ,ମାନସ ପୂଝାରୀ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *