January 27, 2025

ନିଶ୍ଚିନ୍ତକୋଇଲି ,୩।୧୨(ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ ଦାସ)-:  ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ, ମହାନ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠସ୍ଥଳୀରେ ସପ୍ତ ଦିବସ ବ୍ୟାପି ଭାଗବତ ପାରାୟଣ ମହାଯଜ୍ଞ ଅନୁିଷ୍ଠିତ ହୋଇଅଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟୁଷରୁ ଅଚ୍ୟୁତାନନ୍ଦଙ୍କ ମହାସ୍ନାନ, ନବ ବସ୍ତ୍ର ପରିଧାନ, ଚନ୍ଦନ ପୁଷ୍ପ ଲାଗି, ମଙ୍ଗଳ ଆଳତୀ, ଧୂପ ନେବେଦ୍ୟ, ପହିଲି ଭୋଗ ଆଦି ଅର୍ପଣ କରାଯାଇଥିଲା ।ଏହି ଅବସରରେ ଗୋପୀନାଥ ଜୀଉ ମନ୍ଦିରସ୍ଥିତ ରାଧାକୃଷ୍ଣଙ୍କ ସମେତ ପାଶ୍ୱର୍ଦେବତାମାନଙ୍କୁ ନୂତନ ବସ୍ତ୍ର ପରିଧାନ ଓ ଯଥାବିଧି ପୂଜାର୍ଚ୍ଚନା କରାଯାଇ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆରା୍ମ ଦେବତା ଗୋପୀପାଥ ଜୀଉଙ୍କ ସମ୍ମୁଖରେ ସୁଦକ୍ଷ ପଣ୍ଡିତ ମାନଙ୍କ ଦ୍ୱାରା ଭାଗବତ ପାଠ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ସେବାୟତ ଧରଣୀଧର ପୁଝାରୀ ,ପଣ୍ଡିତ ଶତୃଘ୍ନ ଦାସ. ଦର୍ଶନ ନାୟାକ,ପରିବଶେବିତ ପ୍ରମୋଦ କୁମାର ଦାଶ ,ଖିଲାରନାଥ ପୁୁରୀ ,ବାବ ବିଷ୍ଣୁ ଚରଣ ଦାସ ,ଅଜୟ କୁମାର ପୃଷ୍ଟି ,ସାମ୍ବାଦିକ ବିନୟ କୁମାର ଦାସ,ପଣ୍ଡିତ ରାମ ଚରଣ ପଣ୍ଡା ,ମହନ୍ତ ଅନନ୍ତରାମ ଦାଶ ,ହରେକୃଷ୍ଣ ପୂଝାରୀ, ଆଲୋକ ଦତ୍ତ, ଶରତ ମଲ୍ଳିକ, ଭୃଗୁରାମ ପଣ୍ଡା, ଦର୍ଶନ ନାୟକ ଓ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସେବକ ମଣ୍ଡଳୀ ପୂର୍ଣ୍ଣ ସହଯୋଗ କରୁଥିଲା ବେଳେ ପ୍ରତ୍ୟେହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି । ଏହି ପାରାୟଣ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ହୋଇ ହରିନାମ ଶ୍ରବଣ କରିବା ସହିତ ବିଭୁକୃପା ଲାଭ କରୁଛନ୍ତି ।

Leave a Reply

Your email address will not be published. Required fields are marked *