November 1, 2024

ଭୁବନେଶ୍ୱର,୨୨।୨(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ପଞ୍ଚାୟତ ସମିତି ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଆନୁକୂଲ୍ୟରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ-୨୦୨୪ ଗୁରୁବାର ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଅତିଥି ଭାବରେ ନିଶ୍ଚିନ୍ତକୋଇଲି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଧର୍ମରଂଞ୍ଜନ ପଣ୍ଡା,ତହସିଲଦାର ଦିଲିପ କୁମାର ନାୟକ,ନେମାଳ ଥାନା ଆଇଆଇସି ସୁଶିଲ କୁମାର ନାୟକ ,ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ, ଏବିଡିଓ ଅଶୋକ କୁମାର ମହାନ୍ତି ,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ,ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ମହାବିଦ୍ୟାଳୟ ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାୟକ,ବାବୁଜଙ୍ଗ ପଞ୍ଚାୟତ ସରପଞ୍ଚ ମିଲନ ଭୁୟାଁ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ମନୋଜ କୁମାର ସେଠୀ , ଜିଲ୍ଲା ଯୁବ ବିଜେଡି ସମ୍ପାଦକ ହିମାଂଶୁ ଶେଖର ଦାସ ,ନେମାଳ ପଞ୍ଚାୟତ ସରପଞ୍ଚ ସସ୍ମିତା ମହାନ୍ତି, ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା ,ପଞ୍ଚୟାତ ବିଜେଡି ଉପସଭାପତି ଅମୀୟ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମ ଗୁଡିକ ନିଜ ହାତପାହାନ୍ତାରେ ପାଇ ପାରିବେ ଏବଂ ରାଜ୍ୟ ସରକାରଙ୍କର ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଲୋକାଭିମୁଖି ଯୋଜନା ଉପରେ ସୁଚନା ଦେଇଥିବା ବେଳେ ଭିନ୍ନକ୍ଷମ ମାନେ କିଭଳି ଅନ୍‌ଲାଇନ ଜରିଆରେ ଭିନ୍ନକ୍ଷମ ପ୍ରମାଣପତ୍ର ପାରିବା ନେଇ ରାଜ୍ୟ ସରକାର ସଦାସର୍ବଦା ଯତ୍ନବାନ୍ ବୋଲି ମତପ୍ରକାଶ କରିଥିଲେ । ଉକ୍ତ ଶିବିରରେ ମୋଟ୍ ୬୦୮ ଜଣ ଭିନ୍ନକ୍ଷମ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ଅସ୍ତିଶଲ୍ୟ ବିଭାଗରେ ୨୮୩, ସ୍ନାୟୁଗତ ବିଭାଗରେ ୩୬, ଦୃଷ୍ଟିହୀନ ବିଭାଗରେ ୭୧, ଶୁଣିବା ବିଭାଗରେ ୮୫ ,ମାନସିକ ଅବସାଦ ବିଭାଗ ୧୦୯ଜଣ ଏବଂ ଅନ୍ୟାନ୍ୟ ୨୪ଜଣଙ୍କୁ ଚିହ୍ନଟ୍ କରାଯାଇଥିବା ବ୍ଲକ୍ ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଡାକ୍ତର ପ୍ରିତମ କୁମାର ବେଉରିଆ,ଗାୟତ୍ରୀ ଦେବୀ ପାଲ,ଅମୀୟ ରଞ୍ଜନ ସାହୁ,ରଶ୍ମିତା ସ୍ୱାଇଁ ,ସନନ୍ଦ୍ରେଦୁ ରଞ୍ଜନ ,ସାଇଲକ୍ଷ୍ମୀ ରାଉତ ,ନିର୍ମଳ ଜେନା,ବିଜୟଶ୍ରୀ ଡି ରାଉତ ପ୍ରମୁଖ ଡାକ୍ତର ପରୀକ୍ଷାନୀରିକ୍ଷା କରିଥିଲେ । ଉକ୍ତ ଭିନ୍ନକ୍ଷମ ଶିବିରକୁ ସମସ୍ତ ଭିନ୍ନକ୍ଷମଙ୍କୁ ଶାରିରିକ ଚିକିତ୍ସା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ/ ସଭ୍ୟା, ବ୍ଲକ୍ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଂଯୋଜିକା ଇତିଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *