
ଭୁବନେଶ୍ୱର ୨୦/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ /ବିନୟ କୁମାର ଦାସ) : ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ। ରାଜଧାନୀ ଭୁବନେଶ୍ୱରରେ ସୋମବାର ଏହି ଚାଞ୍ଚଲ୍ୟକର ଘଟଣା ହଇଚଇ ସୃଷ୍ଟି କରିଛି। ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟର ଏହି ଅଭାବନୀୟ ଘଟଣା ଘଟିଛି। ଅଫିସ୍ କାର୍ଯ୍ୟ ଚାଲିଥିବା ବେଳେ ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାରିବାରିକ ବିବାଦ କାରଣରୁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।