କଲ୍ୟାଣସିଂହପୁର(ଭୟେସ ଅଫ୍ ଇଣ୍ଡିଆ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଶିବ ମନ୍ଦିର ପାଖ ଗୌତମ ନଗରରେ ରହିଆସୁଥିବା କେ.ରତ୍ନାଜି ପୁଣି ଚର୍ଚ୍ଚାରେ। କିଛି ଦିନ ତଳେ ଡ. ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପାଞ୍ଚ ସେଣ୍ଟ ଜାଗା ଦାନ କରିଥିଲେ। ସେହି ପାଖରେ ଆଜି ପୁଣି ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଜାଗା ଦାନ କରି ଚର୍ଚ୍ଚା ସାଉଁଟିଛନ୍ତି।୧୮୭୫ ନଭେମ୍ବର ୧୫ରେ ଝାଡ଼ଖଣ୍ଡର ଉଲିହାଟୁ ଗାଁରେ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ନିର୍ଭୀକ, ସାହସୀ, ସ୍ବାଧୀନଚେତା ଥିଲେ। ସେ ସମୟରେ ବିଦେଶୀ ଶାସନ ଅତ୍ୟାଚାରରେ ଆଦିବାସୀମାନଙ୍କୁ ମଧ୍ୟ ଶୋଷଣ କରାଯାଉଥିଲା। ସେତିକିବେଳେ ବିର୍ସାଙ୍କ ନେତୃତ୍ବରେ ସମସ୍ତେ ଏକଜୁଟ ହେଲେ। ଆଦିବାସୀମାନେ ତାଙ୍କୁ ନେତା ତଥା ଲୋକନାୟକ ଭାବେ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଭୂମି ପୂଜନ କରି ଆଠ ଫୁଟର ଏକ ମୂର୍ତ୍ତି କରିବା ପାଇଁ ଆଗେଇଥିବା କେ.ରତ୍ନାଜିଙ୍କୁ ନେଇ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *