ଭୁବନେଶ୍ୱର, ୨୩।୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ସେମାନେ ହେଲେ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।ସେହିପରି କୃଷ୍ଣଚନ୍ଦ୍ର ସରଗରିଆଙ୍କ ଉପରୁ ମଧ୍ୟ ସସ୍ପେଣ୍ଡ ହଟାଯାଇଛି। ଏନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ପ୍ରଭାରୀ ଅଜୟ କୁମାରଙ୍କୁ ମୋକିମ୍ ଏବଂ ଚିରଞ୍ଜିବ ଭେଟି ଏ ବିଷୟରେ ଜଣାଇଥିଲେ।