November 1, 2024

ଭୁବନେଶ୍ବର ,୨୩ା୧୨ (ଭୟେସ ଅଫ୍ ଇଣ୍ଡିଆ) :- ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପରିସରରେ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ସାଇବର ସୁରକ୍ଷା ସଂପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ବିପ୍ଲବିନୀ ସିଂଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଂଙ୍କର ପ୍ରସାଦ ନାୟକ,ପ୍ରାଧ୍ୟାପକ ବିପିନ ବିହାରି ଦାସ,ପ୍ରାଧ୍ୟାପକ ଗଗନ ବିହାରି ଦାସ,ଅଧ୍ୟାପକ ବିନୟ କୁମାର ଦାସ,ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ ,ଏସଆଇ ଗୈାରଙ୍ଗ ଚରଣ ବିଶ୍ୱାଳ,ଏସଆଇ କଣ୍ଡୁରିଚରଣ ଦାସ,ଏସଆଇ ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇ ସାଇବର ଅପରାଧରୁ ବିଭଳି ସୁରକ୍ଷା ମିଳିପାରିବ ସେସଂପର୍କରେ ସୁଚନା ଦେବା ସହିତ କୈାଣସି ସାଇବର ଅପରାଧ ସହାୟତା ପାଇଁ ୧୯୩୦ ନଂ ରେ ଯୋଗାଯୋଗ କରିବା ପାଇଁ ସୁଚନା ଦେଇଥିଲେ ।ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳା ଏବଂ ବାଣିଜ୍ୟ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆସୋସିଏଟ ନୋଡାଲ ଅଫିସର ଲେଫ୍ଟନାଣ୍ଟ ସୁଶାନ୍ତ କୁମାର ସାହୁ,,ଅଧ୍ୟାପକ ବିବେକାନନ୍ଦ ଜେନା ପ୍ରମୁଖ ପରିଚାଳନା କରିଥିଲୋ ।ଶେଷରେ ଅଧ୍ୟାପିକା ରଞ୍ଜୁଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *