କଟକ,୧୦ା୧୧(ଭୟେସ୍ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) ଜାତସ୍ୟ ହିଁ ଧ୍ରୁବମୃତ୍ୟୁ ନ୍ୟାୟରେ ମଣିଷ ଇଶ୍ୱରୀୟ ସଭାକୁ ପାସୋରି ବସ୍ତୁବାଦୀ ଦୁନିଆ ଭିତରେ ଆତ୍ମ ଗୋପନ କରୁ କରୁ କାଳପ୍ରାପ୍ତି ହେଲେ ମଧ୍ୟ ସଂସାର ପାଇଁ ଶାସ୍ୱତ ସେବା କରିଥିଲେ ପରବର୍ତ୍ତୀ କାଳରେ ସେ ବାସେ ବୋଲି ଖଣ୍ଡସାହିସ୍ଥ ବାସୁଦେବ ଆଶ୍ରମ ପରିସରରେ ଅନୁଷ୍ଠିତ ସ୍ମୃତି ସମାରୋହରେ ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି ।
ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଉକ୍ତ ସ୍ମୃତି ସମାରୋହକୁ ସ୍ୱାମୀ ଗୁରୁପାଦ ବ୍ରହ୍ମ ଅବଧୂତ ସୁକାନ୍ତ ଦାସଜୀ ମହାରାଜ ଉଦ୍ଘାଟନ କରି ଶତାୟୁ ପୁରୁଷ ଦାମୋଦର ସ୍ୱାଇଁଙ୍କ ଆଧ୍ୟାତ୍ମିକତା, ଆତ୍ମିୟତା, ପରକୁ ଆପଣାର କରିବାର ନିଆରା ଭାବନା ଏକାନ୍ତ ପ୍ରଣିଧାନଯୋଗ୍ୟ ବୋଲି ଦର୍ଶାଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଗାନ୍ଧୀ ସ୍ମାରକ ନିଧି ରାଜ୍ୟ ସଂପାଦକ ତଥା ଓ ଟିଭିର ନିର୍ଦ୍ଦେଶକ ଜୟନ୍ତ ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପଣ୍ଡିତ ଡ. ଗୌତମ ମହାରଣା, ବିଶିଷ୍ଟ ଅତିଥି ଭାବେ ବାବା ଅନନ୍ତରାମ ଦାସଜୀ ମହାରାଜ, ସମ୍ମାନୀତ ଅତିଥି ଭାବେ ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସଦର ସଂପାଦକ ଗୌତମ ଚରଣ ଜେନା, ପ୍ରାକ୍ତନ ମଣ୍ଡଳ ଶିକ୍ଷାଅଧିକାରୀ ନାରାୟଣ ରାଉତ, ସାଇ ଯମୁନା ପବ୍ଲିକେଶନର ପ୍ରକାଶ ଚନ୍ଦ୍ରମଣୀ ଭୂୟାଁ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ନିଶ୍ଚିନ୍ତକୋଇଲି ଶାଖାର କାର୍ଯ୍ୟକାରୀ ସଭାପତି ଡ. ପ୍ରସନ୍ନ କୁମାର ଦାସ, ସାମ୍ବାଦିକ ତଥା ଜଗନ୍ନାଥ ସଂସ୍କୃତ ଉଦ୍ଘୋଷକ ପ୍ରମୋଦ କୁମାର ପରିଡା, ସମାଜସେବୀ ଜ୍ଞାନେନ୍ଦ୍ର ରାଉତ, ଅବଧୂତ ନିତ୍ୟାନନ୍ଦ ଦାସ, ପଣ୍ଡିତ ଲକ୍ଷ୍ମୀଧର ମିଶ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରୁଦ୍ର ନାରାୟଣ ଦାସ, ପ୍ରଭାବତୀ ଭୂୟାଁ, ନମିତା ଦାସ, ଅଜୟ କୁମାର ଦାସ, ଶରତ ଚନ୍ଦ୍ର ରାଉଳ, ହେମନ୍ତ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସଭାରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବହୁ ସଂଖ୍ୟକ ମହିଳାମାନେ ଯୋଗଦେଇଥିଲେ ।