
ଭୁବନେଶ୍ୱର (ଭୟେସ୍ ଅଫ୍ ଇଣ୍ଡିଆ ବିନୟ କୁମାର ଦାସ): ନଭେମ୍ବର ୧୨ ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ରାତି ୧୦ଟା ପରେ ଫୁଟିବ ନାହିଁ ବାଣ। ଟ୍ୱିନ ସିଟିରେ ଦୀପାବଳି ଦିନ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି। ବାଣ ଫୁଟା ନେଇ ଏହି ନିୟମ ନେଇ ଆଜି ପୁଲିସ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି। ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୀପାବଳିରେ ଦୀପ ଜାଳି,ସବୁଜ ବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।