
ସମାଜ ଓ ଡଃ ରାଧାନାଥ ରଥ ଶିର୍ଷକ ଆଲୋଚନା ଚକ୍ର
ନିଶ୍ଚିନ୍ତକୋଇଲି ,୬ା୧୨(ଭୟେସ ଅଫ୍ ଇଣ୍ଡିଆ)-: ମହାନ ସ୍ୱାଧିନତା ସଂଗ୍ରାମୀ ,ସମାଜସେବୀ ,ସଂମ୍ପୁର୍ଣ୍ଣ ତ୍ୟାଗ,ପ୍ରଚଣ୍ଡ ପ୍ରଜ୍ଞା ସାଣିତ କବିପ୍ରତିଭା, ତଥ୍ୟାନୁରାଗୀ ତଥା ଗଭୀର ମାନବିକ ଉଦବୋଧନର ସମନ୍ୱୟକାରୀ ଶତାୟୁ ପୁରୁଷ ବିଶିଷ୍ଟ ଜନନାୟକ ସମାଜସେବୀ ପଦ୍ମଭୁଷଣ ଡଃ ରାଧାନାଥ ରଥଙ୍କ ଅମ୍ଳାନ ପ୍ରତିଭା ପ୍ରତି ଓଡିଆର ହୃଦୟରେ ଏକ ନିର୍ଲିପ୍ତ ଆହ୍ୱାନ ବୋଲି ନେମାଳ ଶାସ୍ ଅନୁଷ୍ଠାନ ପରିସରରେ ସମାଜ ପାଠକ ମଞ୍ଚ ନିଶ୍ଚିନ୍ତକୋଇଲି ବ୍ଲକ ଆନୁକୁୁଲ୍ୟରେ ବ୍ଲକ ସ୍ତରୀୟ ୧୨୮ତମ ଜୟନ୍ତୀ ସମାରୋହ ଅବସରରେ ବିଶିଷ୍ଟ ଅତିଥି ମାନେ ମତପୋଷଣ କରିଛନ୍ତି । ସମାଜ ପାଠକ ମଞ୍ଚର ଆବାହକ ତଥା ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ସମାଜର ପ୍ରତିନିଧି ତଥା ପାଠକ ମଞ୍ଚର ଉପଦେଷ୍ଠା ବିନୟ କୁମାର ଦାସ ସଂଯୋଜନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହନ୍ତ ଆନନ୍ତ ରାମ ଦାଶ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ସୁସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଦାସ ,ବିଶିଷ୍ଠ ଅତିଥି ଭାବେ ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ ,ସମ୍ମାନିତ ଅତିଥି ଭାବେ ସମାଜସେବୀକା ସାମ୍ବାଦିକା ସୁଜାତା ଗୋସ୍ୱାମୀ ,ପଣ୍ଡିତ ଶ୍ୟାମସୁନ୍ଦର ଷଢଙ୍ଗୀ,ସମାଜସେବୀ କେଶବ ଚନ୍ଦ୍ର ଦଳାଇ,ପ୍ରାକ୍ତନ ସରପଞ୍ଚ ଦିଲିପ କୁମାର ସାହୁ ,କଥାକାର ସୁଶାନ୍ତ କୁମାର ନାୟକ,ଶିକ୍ଷାବିତ ସୂର୍ଯ୍ୟକାନ୍ତ ମହାନ୍ତି ,ଦେବାଷିଶ ଦାସ,ପ୍ରଶାନ୍ତ ସିଂ ,ଶିକ୍ଷାବିତ ଶ୍ରୀକାନ୍ତ ଦାସ, ପ୍ରାକ୍ତନ ମଣ୍ଡଳ ଶିକ୍ଷାଅଧିକାରୀ ନାରାୟଣ ରାଉତ ,ୁ ସାର୍ଫ ଅନୁଷ୍ଠାନର ଅଧ୍ୟକ୍ଷ କ୍ଷୀରୋଦ କୁମାର ସଢଙ୍ଗୀ ପ୍ରମୁଖ ଯୋଗଦେଇ ବାବୁଜୀଙ୍କ ଆଦର୍ଶରେ ଆବାଳ ବୃଦ୍ଧବନିତା ଅନୁପ୍ରାଣୀତ ହେଇ ସମାଜସେବାରେ ସମର୍ପିତ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସୁଭଶ୍ମିତା ଦାସ, ଦମୟନ୍ତି ସେନାପତି, ସୋନାଲି ମଲିକ,ତସଲିମା ଖାତୁନ,ପ୍ରିୟଙ୍କା ମଲିକ,ସ୍ୱପ୍ନା ସାହୁ,ସୈାମସମ୍ପୁର୍ଣ୍ଣା ଖୁଣ୍ଟିଆ,ଦିବ୍ୟଲକ୍ଷ୍ମି ବେଉରା,ଉକ୍ତା ରାଓ ,ରିତିକା ରିତୁପର୍ଣ୍ଣା ସାହୁ,କଶ୍ମିତା ମାହାଳି,ବର୍ଷାପ୍ରିୟଦର୍ଶନୀ ଦାସ ,ବିଜୟଲକ୍ଷ୍ମୀ ବାରିକ ,ଲିପସ୍ା ରଣା,ବେବିନା ପ୍ରିୟଦର୍ଶନି ସ୍ୱାଇଁ ,ପାୟଲପ୍ରଜ୍ଞା ସାହୁ ,ଅଭିନାଶ ବାରିକ,ରୁଦ୍ରପ୍ରସାଦ ମଲିକ,ମାଧିଆ କାନନ୍ ,ରା‘ିଆ ‘ିରଦୋସ୍,ଶ୍ରୀଧର କୁମାର ସ୍ୱାଇଁ ,ରାହୁଲ ଦାସ ,ଅଭିଜିତ ପରିଡା,ଦେବସ୍ମିତା ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।ଏହି ଅବସରରେ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ ସମାଜ ଓ ଡଃ ରାଧାନାଥ ରଥ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଶେଷରେ ଛାତ୍ର ବିଶ୍ୱନିଗମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।