ଭୁବନେଶ୍ୱର ,୨୨ା୦୮ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ବିଶିଷ୍ଟ କବି ତଥା ସାହିତ୍ୟିକ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଡ. ଦିଲିପ କୁମାର ଦେ ଜଣେ ସଂସ୍କାରବାଦୀ ଅଦ୍ୱିତୀୟ ସମାଜସେବକ ତଥା ଆଧ୍ୟାତ୍ମିକ ଜଗତର ଧ୍ରୃବତାରା ଥିଲେ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ଦେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ଅନେକ ଗୀତ , ଗୀତିକବିତା , ମହାପୁରୁଷ ଅଚ୍ୟୁତାନନ୍ଦ ଗବେଷଣା ସଂପର୍କିତ ପୁସ୍ତକ ଗୀତିକବି ଅଚ୍ୟୁତାନନ୍ଦ ଆଦି ପ୍ରଚାରିତ ଏବଂ ପ୍ରସାରିତ । ତାଙ୍କର ରଚିତ କବିତା ଅନେକ ପତ୍ର ପତ୍ରିକାରେ ପ୍ରକାଶିତ । ସାହିତ୍ୟିକ ଡ. ଦିଲିପ କୁମାର ଦେ ଥିଲେ ଜଣେ ଅନନ୍ୟ ପ୍ରତିଭା । ପ୍ରତ୍ରିକା ସଂପାଦନା, ସାହିତ୍ୟ ଆଲୋଚନା , କବି ସମ୍ମୀଳନୀ , ଅଚ୍ୟୁତ ସାହିତ୍ୟ କୃତିର ପ୍ରଚାର ଏବଂ ପ୍ରସାର , ଲୋକକଳା ଏବଂ ବାଦି ପାଲାର ପୁନାରୁଦ୍ଧାର ତଥା ପରିବେଷଣ ବିଭିନ୍ନ ସାସ୍କୃତିକ ତଥା ଧର୍ମିୟ ଅନୁଷ୍ଠାନ ଏବଂ କାର୍ଯକ୍ରମରେ ନିଜକୁ ନିୟୋଜିତ ରଖିଥିଲେ ବୋଲି ଆଜି ନେମାଳ ପଦ୍ମବନ ପୀଠ ସନିକଟ ବାସଭବନରେ ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଡ. ଦିଲିପ କୁମାର ଦେଙ୍କ ସ୍ମୃତିଚାରଣ ସମାରୋହରେ ବକ୍ତାମାନେ ମତଦେବା ସହିତ ସମର୍ପିତ ସୈାରଭ ସ୍ମରଣୀକା ଲୋକାର୍ପଣ କରାଯାଇଛି ।
ପ୍ରାକ୍ତନ ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତା ଓ ସାହିତ୍ୟିକ ତନ୍ମୟ କିଶୋର ଦାସଙ୍କ ସଂଜୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟକ ସଚିତାନନ୍ଦ ମିଶ୍ର ଯୋଗଦେଇ ସ୍ୱର୍ଗତ ଦେଙ୍କ ବହୁମୁଖି ପ୍ରତିଭା ସଂପର୍କରେ ସୁଚନା ଦେଇଥିବା ବେଳେ ତାଙ୍କ ଭଳି ଜଣେ ବିଚକ୍ଷଣ ଜ୍ଞାନୀ, ଧୀଶକ୍ତି ସମ୍ପନ୍ନ କବି, ପ୍ରାଧ୍ୟାପକ ତଥା ମାର୍ଗଦର୍ଶକ ଆଉ ମିଳିବେ ନାହିଁ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ସାହିତ୍ୟକ ପ୍ରବକ୍ତା ଶାରଦା ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଗୋଲଖ ବିହାରି ମହାପାତ୍ର , ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ,ଆଇନଜିବୀ ଅମରେନ୍ଦ୍ର ନାରାୟଣ ଦାସ ,ଶିକ୍ଷାବିତ ପ୍ରଫୁଲ କୁମାର ଷଡ଼ଙ୍ଗୀ ,ସାହିତ୍ୟିକା ସୁଷମା ପରିଜା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଜେନା ,ପ୍ରାକ୍ତନ ଏନ୍ସିସି ଚିଫ୍ ଅଫିସର କୃଷ୍ଣଚନ୍ଦ୍ର ନୟକ ,ପ୍ରାଧ୍ୟାପକ ପ୍ରଭାତ କୁମାର ଆଚାର୍ଯ୍ୟ ,ବିଶିଷ୍ଟ ବକି ସୁରଥ କୁମାର ରାଉତ ,ଶିକ୍ଷାବିତ ଦେବେନ୍ଦ୍ର ନାଥ ସାହୁ ,ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଝୁନୁମାୟୀ ପଣ୍ଡା,ଧରଣୀଧର ପୁଝାରୀ ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଦେଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ, ଧୂପଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି , କବୟିତ୍ରୀ, ଭାଷ୍ୟକାର,ସାହିତ୍ୟିକ ଯୋଗଦେଇ ସ୍ୱର୍ଗତ ଡ. ଦିଲିପ କୁମାର ଦେଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଶେଷରେ ସମାଜସେବୀ ମଳୟ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ ।