ନେମାଳ,୦୩ା୬ :- ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଜୈନକ ବ୍ୟକ୍ତି କୁଅରେ ପଡି ମୃତ୍ୟୁ ହୋଇଥିବା ଘଟଣା ସାଧାରଣରେ ବିଶ୍ମୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ମଙ୍ଗଳପୁର ଗ୍ରାମର ସାରଙ୍ଗଧର ଦାସଙ୍କ ଜ୍ୟଷ୍ଠ ପୁତ୍ର ରଂଜିତ କିଶୋର ଦାସ ଓ କନିଷ୍ଠ ପୁତ୍ର ଇଂ ଅଶିତ କିଶୋର ଦାସ ନେମାଳ ମାଳିଗାଁ ନିବାସି ସଂଜୟ କୁମାର ସିଂଙ୍କ ଘରକୁ ଆସିଥିଲେ । କିଛି ସମୟ ପରେ ଜ୍ୟଷ୍ଠ ପୁତ୍ର ରଂଜିତ ତାର ସାନ ଭାଇକୁ ଛାଡି ମାଳିଗାଁରୁ ପଳାଇ ଅସିଥିଲେ । ୨ଘଣ୍ଟା ପରେ ଜୈନକ ବ୍ୟକ୍ତି ଘରକୁ ଫୋନ କରି ଜଣାଇଥିଲେକି ଅଶିତ କିଶୋର ଦାସ ନେମାଳ ପଞ୍ଚାୟତ ମାଳିଗାଁର ସଂଜୟ କୁମାର ସିଂ ଘର ଠାରୁ ମାତ୍ର ୫ଫୁଟ ଦୂରରେ ଥିବା ଏକ କୂଅରେ ପଡିଯାଇଛି । ଉକ୍ତ ଖବର ପାଇ ଉକ୍ତ ସ୍ଥାନକୁ ଆସିଥିଲେ ପରିବାରର ଲୋକେ । ସେଠାରେ ଦମକଳ କେନ୍ଦ୍ର ବାହିନୀ ଘଟଣା ସ୍ଥଳରେ ପହଞ୍ôଚ୍ ଅଶିତର ମୃତ ଶରିରକୁ କୂଅରୁ ଉଧାର କରିଥିଲେ । ଉକ୍ତ ଘଟଣା ସଂପର୍କରେ ପିତା ସାରଙ୍ଗଧର ନେମାଳ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।ପ ୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ଅଶିତ ଏଠାକୁ କାହିକି ଅସିଥିଲେ ଓ କିପରି କୂଅରେ ପଡିଲେ ତାହା ସନ୍ଦେହ ଘେରରେ ଥିବା ବେଳେ କେହି କେହି ଏହାକୁ ଅତ୍ୟଧିକ ନିଶା ସେବନ କିମ୍ବା କେହି କୂଅ ଭିତରକୁ ଠେଲି ଦେଇଥିବା ଯୋଗୁ ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ ପ୍ରକଟ କରୁଛନ୍ତିି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଉନ୍ମୋଚନ ହୋଇ ପାରିବ ବୋଲି ପୁଲିସ ପ୍ରକାଶ କରିିଛି । ଏ ସଂପର୍କରେ ନେମାଳ ଥାନାରେ ଅଭିଯୋଗକ୍ରମେ ଥାନା କେସ ନଂ ୯୦/୨୪ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।ତେବେ ଉକ୍ତ ଘଟଣା ସଂପର୍କରେ ଉଚସ୍ଥରିୟ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହୋଇଛି ।