January 29, 2025

ଭୁବନେଶ୍ୱର, (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-  ମଙ୍ଗଳବାର ଦିନ ଆଇଜଲ ଉପକଣ୍ଠରେ ଥିବା ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଆଠ ଜଣ ଆହତ ହୋଇଛନ୍ତି। ଏକ ଛୋଟ ବିଦ୍ରୋହୀ ଗୋଷ୍ଠୀ ସହିତ ଗୁଳି ବିନିମୟ ପରେ ଗତ ସପ୍ତାହରେ ଭାରତ ସୀମା ଅତିକ୍ରମ କରି ଆସିଥିବା ମିଆଁମାରର ସୈନିକମାନଙ୍କୁ ଫେରାଇ ଆଣିବା ପାଇଁ ଛୋଟ ବିମାନ ସେଠାକୁ ଆସିଥିଲା। ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ ଏବଂ ସକାଳ ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି।

ଅବତରଣ କରିବା ସମୟରେ ଏହି ବିମାନଟି ମିଜୋରାମ ସରକାରଙ୍କ ଦ୍ୱାରା ପରିଚାଳିତ ବିମାନବନ୍ଦରର ରନୱେ ଅତିକ୍ରମ କରି ଆଗକୁ ଯାଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ପ୍ରଭାବ ଏପରି ଥିଲା ଯେ ବିମାନଟି ଦୁଇ ଖଣ୍ଡ ହୋଇ ଯାଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଲେଙ୍ଗପୁଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେହି ବିମାନବନ୍ଦରକୁ ଆସୁଥିବା ସମସ୍ତ ବିମାନର ଗତିପଥକୁ ବଦଳା ଯାଇଥିବା ବେଳେ ଜରୁରୀକାଳୀନ ଭାବରେ ରନୱେ ମରାମତି କରାଯାଉଛି।

Leave a Reply

Your email address will not be published. Required fields are marked *