January 27, 2025

ଭୁବନେଶ୍ୱର ୧୯।୮ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଓଡ଼ିଶାର ପୁରପଲ୍ଲୀରେ ଆଜି ପାରମ୍ପରିକ ଉତ୍ସାହର ସହ ପାଳିତ ହୋଇଛି ପବିତ୍ର ଗହ୍ମାପର୍ବ । କୃଷିଭିତ୍ତିକ ରାଜ୍ୟ ଓଡ଼ିଶାରେ ଗହ୍ମାପୂର୍ଣ୍ଣିମା ଅବସରରେ ବଳଦ ଏବଂ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ସୁସ୍ବାଦୁ ପିଠାପଣା ଖାଇବାକୁ ଦିଆଯାଇଛି । ଭଗବାନ ବଳଭଦ୍ରଙ୍କ ଜନ୍ମୋତ୍ସବ ଗହ୍ମା ପୂର୍ଣ୍ଣିମା ଅବସରରେ ପ୍ରାଚୀନ କାଳରୁ ଓଡ଼ିଶାରେ ଗୃହପାଳିତ ପଶୁ ମୁଖ୍ୟତଃ ବଳଦ ଏବଂ ଗାଈଗୋରୁଙ୍କ ବନ୍ଦାପନା ସହ ସେମାନଙ୍କୁ ପିଠାପଣା ଭୋଜନ ଦିଆଯାଇଥାଏ । ଏହି ଗୃହପାଳିତ ପଶୁଙ୍କୁ ସଫା ସୁତୁରା କରାଯାଇ ସେମାନଙ୍କ ଦେହରେ ଓ ଶିଙ୍ଗରେ ତେଲ ଓ ହଳଦୀ ଲଗାଯିବା ସହ ଫୁଲମାଳ ଦେଇ ବନ୍ଦାପନା କରାଯାଏ । ବ୍ରାହ୍ମଣୀ ଝଟା ଓ ଗାଈ ଗେଣ୍ଡାଳିଆ ଗୁଳ୍ମରେ ସେମାନଙ୍କ ଦେହକୁ ଶୁଦ୍ଧ ଓ ରୋଗମୁକ୍ତ କରାଯାଇଥାଏ ।

Leave a Reply

Your email address will not be published. Required fields are marked *