November 1, 2024

ଭୁବନେଶ୍ବର ୧୦ା୧୨(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-: ନେମାଳ ସ୍ଥିତ ମା ଜାଗୁଳାଇ ପୀଠ ପରିସରରରେ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୭୯ ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ଗୈାରବ ପ୍ରତିଭା ପୂଜା ସମ୍ମାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ତଥା ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୁୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ମାନଙ୍କର ବହୁମୂଖୀ ପ୍ରତିଭା ଏବଂ ସାମଗ୍ରିକ ଅବଦାନ,ଉତ୍ସର୍ଗୀକୃତ,ନିଷ୍ଠାପର ଶିକ୍ଷାଦାନ ଏବଂ କଳା,ସଂସ୍କୃତି ପରମ୍ପରା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଗୈାରବ ପ୍ରତିଭା ପୂଜା ସମ୍ମାନ ପ୍ରଦାନ କରାଯାଇଛି ।

ଅତିଥି ଭାବେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦେ,କୃଷ୍ଣଚନ୍ଦ୍ର ନାୟକ,ଦେବେନ୍ଦନାଥ ସାହୁ,ରାଜକିଶୋର ଜେନା,ସଂସାରି ସାହୁ,ବିଶ୍ୱନାଥ ମହାନ୍ତି,ଗୋକୁଳି ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଉଚ୍ଚକୋଟୀର ଶିକ୍ଷାଦାନ,ଶୃଖଳା ସହ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଓ ସମାଜସେବା ପାଇଁ ଶିକ୍ଷକ ମାନେ ଶିକ୍ଷା ବିକାଶର ଚାବିକାଠି ତଥା ପ୍ରଗତିର ସାଥୀ ହୋଇଥିବା ବେଳେ ବିଦ୍ୟାଳୟର ନୈତିକ ଓ ଶୈକ୍ଷିକ ବାତାବରଣ ହିଁ ଛାତ୍ରଛାତ୍ରୀଙ୍କ ଜୀବନକୁ ସଠିକ ଦିଗରେ ଗଢି ତୋଳିବାରେ ସହାୟକ ହେବା ସହିତ ଛାତ୍ରଛାତ୍ରୀ ମାନେ ସୃଜନାତ୍ମକ ଚିନ୍ତାଧାରାକୁ ମାନବ ଜାତି ହିତରେ ବ୍ୟବହାର କରିବା ଅବଶ୍ୟକ ବୋଲି ସୁଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିବେକାନ୍ଦ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଶୋର ମହାପାତ୍ର,ପ୍ରସନ୍ନ କୁମାର ସ୍ୱାଇଁ ,ଗୋଲଖ ମହାପାତ୍ର,ମହେନ୍ଦ୍ର ଚନ୍ଦ୍ର ନନ୍ଦ ପ୍ରମୁଖ ନିଜସ୍ୱ ମତାମତ ରଖିଥିଲୋ । ଦେବେନ୍ଦ୍ର ନାଥ ଦାସ,ସନାତନ ସାହୁ,ସୁଧାକର ସାହୁ,ସଞ୍ଜୁକ୍ତା ମହାନ୍ତି ,ଆରତୀ ଦାସ ବିଜୟ କୁମାର ମଲିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାକ୍ତ ଛାତ୍ରୀ ତଥା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପ୍ରତିଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *