January 27, 2025

ଭୟେସ ଅଫ୍ ଇଣ୍ଡିଆ, ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଇଁ କୋଷ୍ଠକାଠିନ୍ୟ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷ କରି ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ ପାଇଁ ଏହି ସମସ୍ୟା ଅଧିକ ବଢି ଯାଇଛି । ସକାଳ ସମୟରେ ପେଟ ଭଲ ଭାବେ ସଫା ନହେଲେ ଦିନଯାକ ପେଟ ଜନିତ ସମସ୍ୟା ସହ ଭାରୀପଣ ଅନୁଭବ ହୋଇଥାଏ । ଅନେକ ସମୟରେ ଏଥିପାଇଁ ପେଟରେ ଯନ୍ତ୍ରଣା ଅନୁଭବ ହେବା ସହ ବ୍ୟସ୍ତତା ଅନୁଭବ ହୋଇଥାଏ । ଏହି ସମସ୍ୟା ଲାଗି ରହୁଥିଲେ କିଛି ଘରୋଇ ଉପାୟ ଦ୍ୱାରା ଦୂର କରି ପାରିବେ । ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ ।ସମୟ ଅନୁଯାୟୀ କୋଷ୍ଠକାଠିନ୍ୟ ଦୂର ନହେଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସହ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।
କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରକୁ ଏକ ପାତ୍ରରେ ନେଇ ଏକ ତେଜପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ । ଏହାକୁ ଥଣ୍ଡା କରି ଉଷୁମ ଉଷୁମ ପିଅନ୍ତୁ । ଏହି କ୍ଷୀରକୁ ପିଇବା ଦ୍ୱାରା ପେଟ ଭଲ ଭାବେ ସଫା ହୋଇଥାଏ ।ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ସଠିକ୍‌ ସମୟରେ ଖାଦ୍ୟ ସେବନ ସହ ଶୋଇବା ଦ୍ୱାରା ଏହି କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *