
ରାଞ୍ଚି,୨୮ା୧୧(ଭୟେସ ଅଫ୍ ଇଣ୍ଡିଆ)-: ହେମନ୍ତ ସୋରେନ ୪ର୍ଥ ଥର ପାଇଁ ଗୁରୁବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି। ମମତା ବାନାର୍ଜୀ ମଧ୍ୟ ଉକ୍ତ ସମାରୋହରେ ଯୋଗ ଦେଇଛନ୍ତି।
ସମାରୋହରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସୋରେନ ସ୍ବାଗତ କରିଥିଲେ।