ରାଞ୍ଚି ,୭ା୦୨ (ଭୟୋସ ଅଫ୍ ଇଣ୍ଡିଆ) :- : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢିବାରେ ଲାଗିଛି। ରାଞ୍ଚିସ୍ଥିତ ସ୍ବତନ୍ତ୍ର ପିଏମଏଲଏ କୋର୍ଟ ବୁଧବାର ସୋରେନଙ୍କ ଇଡି ରିମାଣ୍ଡ ଅବଧି ଆଉ ୫ ଦିନ ପାଇଁ ବୃଦ୍ଧି କରିଛନ୍ତି। ୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ୫ ଦିନିଆ ପ୍ରବର୍ତ୍ତନ ନିର୍ଦେଶାଳୟ ରିମାଣ୍ଡରେ ପଠାଇଥିଲେ ଅଦାଲତ। ବୁଧବାର ପ୍ରଥମ ରିମାଣ୍ଡ ଅବଧି ଶେଷ ହେବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୋରେନଙ୍କୁ କୋର୍ଟରେ ହାଜର କରିଥିଲା। ଅଧିକ ତଦନ୍ତ ପାଇଁ ଇଡି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ମାଗିଥିଲା। ସୂଚନାଯୋଗ୍ୟ, ଜାନୁଆରୀ ୩୧ ତାରିଖରେ ଅର୍ଥ ହେରଫେର ମାମଲାରେ ୭ ଘଣ୍ଟା ଜେରା କରିବା ପରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଏହା ପୂର୍ବରୁ ଇଡି କଷ୍ଟଡିରେ ରାଜଭବନରେ ପହଞ୍ଚି ତାଙ୍କୁ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ଦେବାକୁ ପଡ଼ିଥିଲା।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *