
ଭୟେସ ଅଫ୍ ଇଣ୍ଡିଆ ଡିଜିଟାଲ ଡେସ୍କ: ଲୋକଙ୍କ ଘରେ କ୍ଷେପଣାସ୍ତ୍ର ଗଚ୍ଛିତ ରଖିଛି ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା। ଘରେ ଘରେ ରହିଛି ଅସ୍ତ୍ରଶସ୍ତ୍ର। ଯାହାର ଫଟୋ ଜାରି କରିଛି ଇସ୍ରାଏଲ। ଇସ୍ରାଏଲ ବିରୋଧରେ ଏସବୁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି ହେଜବୋଲ୍ଲା, ଯେଉଁଥିପାଇଁ ଏବେ ଯୁଦ୍ଧ ଘନେଇବାରେ ଲାଗିଛି।ପୂର୍ବରୁ ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଥିଲା। ହମାସକୁ ମୂଳପୋଛ କରିବାରେ ଇସ୍ରାଏଲ ସଫଳ ହୋଇଥିବାବେଳେ ଅନ୍ୟତମ ଶତ୍ରୁ ସଂଗଠନ ହେଜବୋଲ୍ଲାକୁ ଏବେ ଟାର୍ଗେଟ କରିଛି ଏହି ୟେହୁଦୀ ରାଷ୍ଟ୍ର। ଯେଉଁଥିପାଇ ଗତ ଶନିବାରଠାରୁ ହେଜବୋଲ୍ଲା ଉପରେ ଜୋରଦାର ଆକ୍ରମର ଚଳାଇଛି ଇସ୍ରାଏଲ। ଅନେକ ରାଷ୍ଟ୍ର ଏହାକୁ ନିନ୍ଦା କରୁଥିଲେ ହେଁ ହେଜବୋଲ୍ଲାର ଅସଲ ଚେହେରା ଏବେ ସାମ୍ନାକୁ ଆଣିଛି ଇସ୍ରାଏଲ। ଲେବାନନରେ ହେଜବୋଲ୍ଲା କିପରି ଅସ୍ତ୍ରଶସ୍ତ୍ର ରଖିବାକୁ ଲୋକଙ୍କ ଘରକୁ ବ୍ୟବହାର କରୁଛି ତାହାର କିଛି ଫଟୋ ଜାରି କରିଛି ଇସ୍ରାଏଲ।
ଇସ୍ରାଏଲ ସେନା ପକ୍ଷରୁ ଏସବୁ ଫଟୋ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟ କୋଠରୀ ଭିତରେ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରଖାଯାଇଥିବା ଦେଖିବାକୁ ମିଳିଛି। ତେଣୁ ଏସବୁ ଅଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଉଛି, ଯେଉଁଥିରେ ବିଗତ ୩ଦିନ ମଧ୍ୟରେ ୬୦୦ରୁ ଅଧିକ ଆତଙ୍କୀ ଏବଂ ଜନସାଧାରଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୧୬୦୦ ସ୍ଥାନକୁ ଟାର୍ଗେଟ କରି ରକେଟ ମାଡ଼ କରିଛି ଇସ୍ରାଏଲ।