ଭୁୁବନେଶ୍ୱର,୨୭ା୩ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ବିଜେଡି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ପୁଣିଥରେ ହିଞ୍ଜିଳି ବିଧାନସଭା ଆସନରୁ ସୁପ୍ରିମୋ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ବ୍ୟତିତ ସୋନପୁରରୁ ନିରଞ୍ଜନ ପୂଜାରୀଙ୍କୁ ଟିକେଟ ମିଳିଛି। ପାଟଣାଗଡ଼ରୁ ସରୋଜ ମେହେର, ବଲାଙ୍ଗୀରରୁ କଳିକେଶ ସିଂ ଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ ,ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ ମିଳିଛି।

ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି । ଗତ ନିର୍ବାଚନରେ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ । ହେଲେ ଦୁଇଟି ଯାକ ଆସନରୁ ବଡ ବ୍ୟବଧାନରେ ଜିତିବା ପରେ ସେ ବିଜେପୁର ଆସନକୁ ଛାଡି ହିଞ୍ଜିଳି ଆସନକୁୁ ନିଜ ପାଖରେ ରଖିଥିଲେ । ଏହାପରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେଇଥିଲା । ତେବେ ଗତ ବର୍ଷ ହିଞ୍ଜିଳି ବିଧାନସଭା ଆସନରେ ନବୀନ ବଡ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଆଉ ଏଥର ପୁଣିଥରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *