
ହାଇଦ୍ରାବାଦ୍ , ୨୮ା୦୧ (ଭୟୋସ ଅଫ୍ ଇଣ୍ଡିଆ) :-: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି। ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ୨୮ ରନ୍ରେ ହାରିଯାଇଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮), ଯଶପ୍ରୀତ ବୁମରା (ଅପରାଜିତ ୬ ରନ୍) ଓ ମହମ୍ମଦ ସିରାଜ (୧୨) ଭଲ ସ୍କୋର କରିପାରିନଥିବାରୁ ଭାରତ ହାରି ଯାଇଛି। ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍ ସଂଗ୍ରହ କରିଥିଲା। ସେହିପରି ଭାରତ ପ୍ରଥମ ପାଳିରେ ୪୩୬ ରନ୍ କରିଥିଲାବେଳେ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ମାତ୍ର ୨୦୨ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଫଳେ ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଥିଲା।