November 2, 2024

ସାରଦା କହିଲେ, ୨୪ ବର୍ଷ ଶାସନରେ ରହି ପୂର୍ବ ସରକାର କିଛି କରିନାହାନ୍ତି

ଦଳୀୟ ରାଜନୀତି ନ କରିବାକୁ ଦାବି କଲେ ବିଜେଡି ସଦସ୍ୟ ସଦସ୍ୟା

ଭୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-  ରାଜ୍ୟରେ ସରକାର ବଦଳିବା ପରେ ଅଜି କଟକ ଜିଲ୍ଲା ପରିଷଦ ବୈଠକରେ ହଙ୍ଗାମା ଦେଖିବାକୁ ମିଳିଛି । ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ମନ୍ତବ୍ୟକୁ କେନ୍ଦ୍ର କରି ବିଜେଡି ଜିଲ୍ଲା ପରିଷଦ ସଦସ୍ୟମାନେ ବୈଠକରେ ହୋହଲା କରିଛନ୍ତି । ଯାହାକୁ ନେଇ ବୈଠକରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଜିଲ୍ଲାର ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ବିଶେଷ କରି ବର୍ଷା ଓ ବନ୍ୟା ଜଳ ଦ୍ୱାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବା ସହ କ୍ଷତିପୂରଣ ଦେବାର ପ୍ରକ୍ରିୟାକୁ ତୁରନ୍ୱିତ କରିବାକୁ ଦାବି ଜୋରଦାର ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି କଟକ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଷ୍ଟମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯୋଗଦେଇ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଜନହିତକର କାର୍ଯ୍ୟଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ କରାଯାଇପାରିଲେ ଲୋକାଭିମୁଖୀ ହୋଇପାରିବ ବୋଲି ମତ ଦେଇଥିଲେ । ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରଇ ଜନପ୍ରତିନିଧୁମାନଙ୍କ ସହ ସମନ୍ୱୟ ରକ୍ଷା କରି ବିଭାଗୀୟ ଅଧିକାରୀମାନେ ଯେଜନା ଗୁଡିକର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ମାହାଙ୍ଗା ବିଧୟକ ସାରଦା ପ୍ରସନ୍ନ ପ୍ରଧାନ, ବଡମ୍ବା ବିଧାୟକ ବିଜୟ ବଳବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ, କୃଷି, ପାକୟ ଜଳ ଯୋଗାଣ,ବର୍ଷା କ୍ଷୟକ୍ଷତି ଆକଳନ, ପିଇବା ପାଣି, ଜଳସେଚନ ପ୍ରକଳ୍ପକୁ ନେଇ ଆଲୋଚନା ବିଭିନ୍ନ ବ୍ଳକର ବୃହତ ଜଳ ଯୋଗଣ ବ୍ୟବସ୍ଥା ଓ ଏହାର ସ୍ଥିତି, ବୃହତ ଉଠା ଜଳଯୋଗାଣ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ବିଭିନ୍ନ ପେଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମାହାଙ୍ଗା ବିଧାୟକ ସାରଦା ପ୍ରଧନଙ୍କ ବିଦ୍ଧତିକୁ ନେଇ ଉପସ୍ଥିତ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସମସ୍ୟା ବିଷୟରେ ଆଲୋଚନା ଚାଲିଥୁବା ବେଳେ ବିଧାୟକ ଶ୍ରୀ ପ୍ରଧାନ ପୂର୍ବ ସରକାରକୁ ଗର୍ଗେଟ୍ କରିଥିଲେ । ପୂର୍ବ ସରକାର ୨୪ ବର୍ଷ ଶାସନ ବ୍ୟବସ୍ଥାରେ ଥାଇ ମଧ୍ୟ ବିକାଶ କରିପାରିନାହିଁ ବୋଲି ଶ୍ରୀ ପ୍ରଧାନ ରକ୍ତି ବାଢିଥିଲେ । ପରେ ଉପସ୍ଥାପନ କରିଥିବା ବିଭିନ୍ନ ସମସ୍ୟାର ତୁରିତ ସମାଧାନ ଓ କର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ସମସ୍ୟାଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ବିଶେଷକରି ବର୍ଷା ଯୋଗୁଁ କ୍ଷତିଗ୍ରସ୍ଥ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ବାତ୍ୟା ଆଶ୍ରୟସ୍ଥଳୀର ମରାମତି କରିବା, ଳେନାଲ ସଫେଇ, ଜଳଦୀ ସମସ୍ୟା ଦୂର କରିବା, ଜିଲ୍ଲାର ଜଳଶ୍ଳିଷ୍ଟ ଅଞ୍ଚଳ ଗୁଡିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଓ ଉଠା ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରାଯିବା, ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଗୁରୁତ୍ୱପୂର୍ଣ୍ଣ ପଦବି ଗୁଡିକ ପୂରଣ କରାଯିବା ଆଦି ଉପରେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଡ.ଦିବ୍ୟଲୋଚନ ମହାଏ, କଟକ ସଦର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଆଠଗତ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାଡିଙ୍କ ସମେତ ଅନ୍ୟ ଅଧୁକାରୀ ମାନେ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *