
ଡେସ୍କ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ କିରୁ ଜଳବିଦ୍ୟୁତ ପ୍ରକଳ୍ପ ଠିକା ପ୍ରଦାନରେ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ସିବିଆଇ ଚଢ଼ାଉ କରିଛି। ତଦନ୍ତର ଏକ ଅଂଶ ଭାବରେ ସିବିଆଇ ଗୁରୁବାର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲା। ଗତ ମାସରେ ଏହି ପାୱାର ପ୍ରୋଜେକ୍ଟର ସିଭିଲ ୱାର୍କସ ପ୍ରଦାନରେ ଦୁର୍ନୀତି ଅଭିଯୋଗରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ଓ ଜମ୍ମୁର ୮ଟି ସ୍ଥାନରେ ଚଢ଼ାଉ କରିଥିଲା। ୨୦୨୨ରେ ଜମ୍ମୁ-କଶ୍ମୀର ସରକାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ କହିଥିଲେ। ପାଖାପାଖି ୨ ହଜାର ୨୦୦ କୋଟି ଟଙ୍କାର ଏହି ଠିକା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି।