February 28, 2025

କଟକ ୦୭ା୧୨,(ଭୟେସ ଅଫ୍ ଇଣ୍ଡିଆ/ପ୍ରଶାନ୍ତ ସିଂ ) :- ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମାହାଙ୍ଗା ବିଧାୟକ ଶ୍ରୀମାନ ଶାରଦା ପ୍ରଧାନଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ୧୭ ଗୋଟି ବିଭିନ୍ନ ବିଭାଗ ତଥା ଭତ୍ତା, ଆବାସ ଯୋଜନା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା, ପୋଲିସ, ପୂର୍ତ୍ତ ଗ୍ରାମ ଉନ୍ନୟନ, କୃଷି, ଉଦ୍ୟାନ ବିକାଶ, ଡ୍ରେନେଜ୍‌, କାଡା, ଜଳସେଚନ, ନଦୀବନ୍ଧ, ବିଦ୍ୟୁତ ବିଭାଗ, ପରିମଳ ବିଭାଗ, ଖାଦ୍ୟ ଯୋଗାଣ, ପଶୁ ପାଳନ ପ୍ରଭୃତି ବିଭାଗରେ ମୋଟା ୧୨୨୫ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବହୁ ହିତାଧିକାରୀ ଯୋଗଦେଇ ବିଧାୟକଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ । ମାନ୍ୟବର ଲୋକପ୍ରିୟ ବିଧାୟକ ଲୋକମାନଙ୍କର ସମସ୍ୟାକୁ ବୁଝି ସର୍ବସାଧାରଣ ଓ ପ୍ରଶାସନକୁ ଡାକି ଏହାର ତୁରନ୍ତ ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଆଠଗଡ ବିଜେପି ନେତା ଅଭୟ ବାରିକ ଯୋଗଦେଇ ଏହା ସମଗ୍ର ଓଡିଶାରେ ପ୍ରଥମ ଥର ବିରାଟ ମେଗା ଜନଶୁଣାଣୀ ବୋଲି ମତ ପ୍ରକାଶ କରିଥିଲେ । ଏହିଭଳି କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିବା ସହ ମାହାଙ୍ଗା ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନିଶ୍ଚିନ୍ତକୋଇଲି ବ୍ଲକ ବିଡିଓ ଦ୍ୱିବେନ୍ଦୁ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ସିଡିପିଓ ସତ୍ୟଭାମା ବିଶୋଇ, ବି.ଇ.ଓ. ଲକ୍ଷେହୀରା ଲାବଣ୍ୟବତୀ, ସହକାରୀ ଯନ୍ତ୍ରୀ ପ୍ରଦୀପ ସେନାପତି, ପ୍ରସନ୍ନ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ଦାସ,ପ୍ରାଣୀଧନ ନିରୀକ୍ଷକ ପ୍ରକାଶ ବେଉରା, ବ୍ଲକ ଯୋଗାଣ ଅଧିକାରୀ ଦେବୀପ୍ରସାଦ ଦାଶ, ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଞ୍ଜିବ୍ କୁମାର ପ୍ରଭୃତି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *