November 1, 2024

ଭୁବନେଶ୍ୱର,୦୧ା୦୨(ଭୟୋସ ଅଫ୍ ଇଣ୍ଡିଆ) :-ନେମାଳ ଥାନା ଅନ୍ତର୍ଗତ କଣ୍ଟାପାରି ପଞ୍ଚାୟତ ଉଚ୍ଚ ତଥା ଉପ୍ରା ବିଦ୍ୟାଳୟ ପରିସରରେ ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ରାମଚନ୍ଦ୍ର ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବର ପ୍ରାପମ୍ବରେ ବୃକ୍ଷରୋପଣ କରାଯିବା ସହ ଆର୍ଦ୍ରଭୂମି ସଂରକ୍ଷଣ ଓ ଜଳହିଁ ଜୀବନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାଶ ଭୋଇ ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ନାରାୟଣ ଦ୍ୱିବେଦି , ମୂକ୍ୟ ବକ୍ତା ଭାବେ ଗ୍ରୀନ୍ ଭିଜନ୍‌ର ନିର୍ଦ୍ଦେଶକ ପ୍ରକୃତିବନ୍ଧୁ ବଳରାମ ପାତ୍ର ଯୋଗଦେଇ ଜଳ ଅପଚୟ ଓ ତାର ସଂରକ୍ଷଣ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶାସ୍ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟାପକ ବିନୟ କୁମାର ଦାସ ,ସିସିବି ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଦାସ,ସରପଞ୍ଚ ସସ୍ମିତା ମହାନ୍ତି,ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା,ସିଆରସିସି ଅମିତା ସାହୁ ,ବାଲିଆପଦା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ସ୍ୱାଇଁ,ଶିକ୍ଷକ ଅମରବଲ୍ଲଭ ଦାସ,ଶିକ୍ଷାଜ୍ୟୋତି ବିଜୟ କୁମାର ସାହୁ,ଶିକ୍ଷକ ସୁଧିର କୁମାର ବିଶ୍ୱାଳ ,ସୁକାନ୍ତି ମହାପାତ୍ର,ସୁଜାତା ଖୁଣ୍ଟିଆ ,ପଞ୍ଚାନନ୍ ଭୁୟାଁ ,ପ୍ରତାପ କାଣ୍ଡି ,ଅରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରକୃତିର ଅନିୟମିତ ବର୍ଷା,ବନ୍ୟା ଓ ବାତ୍ୟାରୁ ଅଚିରେ ରକ୍ଷା ପାଇବା ପାଇଁ ପ୍ରତ୍ୟକ ମନୁଷ୍ୟ ଏକ ବୃକ୍ଷଲଗାଇ ତାହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶୁଷ୍କାଞ୍ଚଳ ଜମିର ଅବନତି ଓ ତାହାର ପ୍ରତିକାର କିଭଳି କରାଯାଇ ପାରିବ ସେ ସଂପର୍କରେ ବିସଦ ଭାବରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସଚିତ୍ରାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *