ଭୁବନେଶ୍ୱର,୨୬ା୭(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ଦେଶର ସୁରକ୍ଷା ପାଇଁ କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ପଞ୍ଚାୟତର ତଥା ନେମାଳ କଲେଜର ପ୍ରାକ୍ତନ ଛାତ୍ର ସହିଦ୍ ଗୋପିନାଥ ମହାରଣାଙ୍କ ସ୍ମୃତିକୁ ଉଜ୍ଜିବିତ ରଖିବା ପାଇଁ ଜନାର୍ଦ୍ଧନପୁର ଠାରେ ସହିଦ୍ ଗୋପିନାଥ ମହାରଣାଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ନେମାଳ ମଣ୍ଡଳ ସଭାପତି ରଂଞ୍ଜନ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ କହିଲେ ଯେ ସଗର୍ବେ ଆମେ ଆଜି ଯେଉଁ ବିଜୟ ସୂଚକ ତୂରୀଫୁୁଙ୍କୁଛୁ ତାହା କେବଳ ସମ୍ଭବ ହୋଇ ପାରିଛି ଦେଶର ସୁରକ୍ଷା ପାଇଁ ,କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଯବାନଙ୍କ ପାଇଁ ।ଏହି ଅଜୟ ଯୋଦ୍ଧା ଦେଶମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ଆମକୁ ବିଜୟର ଟୀକା ପିନ୍ଧାଇଛନ୍ତି ବୋଲି କହିବା ସହିତ ସହିଦ ଗୋପିନାଥଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନେମାଳ ମଣ୍ଡଳ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇ ସହିଦ୍ ଗୋପିନାଥ ମହାରଣାଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରତିଭାକୁ ଉଜ୍ଜିବୀତ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏ ଅଞ୍ଚଳରେ ଜନହିତକର କାର୍ଯ୍ୟ ଚାଲୁରହିବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ସଂଗଠକ ମୀନକେତନ ମହାନ୍ତି ,ପ୍ରାକ୍ତନ ବନ୍ଧୁପୁର ସରପ ଶସିକାନ୍ତ ମହାନ୍ତି ,ନେମାଳ ପଞ୍ଚାୟତ ବିଜେପି ସଭାପତି ରବିନ୍ଦ୍ର ପୃଷ୍ଟି , ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥି, ରାଜ୍ୟ ବିଜେପି କୃଷକ ମୋର୍ଚା ଉପସଭାପତି ହୃଷିକେଶ ଜେନା, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ, ବିଭୂପ୍ରସାଦ ବୋଷଙ୍କ ସମେତ ବିଜେପି ପଞ୍ଚାୟତ ପ୍ରମୁଖ, ସହପ୍ରମୁଖ ଓ ବହୁ ଦଳୀୟ କର୍ମୀଙ୍କ ସମେତ ଉକ୍ତ ଅଞ୍ଚଳର ଶତାଧିକ ଯୁବକ,ବିଭିନ୍ନ ସଂଗଠନର କର୍ମକର୍ତ୍ତା,ସାହିତ୍ୟିକ,ସ୍ୱେଛାସେବୀ,ଛାତ୍ରାଛତ୍ରୀ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଅମର ରହେ କାରଗିଲ୍ ସହିଦ ଗୋପିନାଥ
ଦେଶ ମାତୃତାକୁ ଶତ୍ରୃ କବଳରୁ ଉଦ୍ଧାର କରିବାକୁ ଯାଇ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡିଆ ପୁଅ ଗୋପିନାଥ ମହାରଣା । ୧୯୭୭ ମସିହା ସେପ୍ଟେମ୍ବର ୧୫ତାରିଖ ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମରେ ପିତା ଯଦୁମଣି ମହାରଣା ଓ ମା ଝୁମୁରୀଙ୍କର କୋଳ ମଣ୍ଡନ କରିଥିଲେ ଗୋପୀନାଥ । ଗରିବ ପରିବାରରେ ଜନ୍ମିତ ସ୍ଥାନୀୟ ଜନାର୍ଦ୍ଦନପୁର ଠାରେ ଥିବା ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ଓ ନେମାଳ ମହାବିଦ୍ୟାଳୟରୁ +୨ କଳା ପାସ କରିବା ପରେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ମାତ୍ର ୧୯ବର୍ଷ ବୟସରେ ଭାରତୀୟ ସେନା ବାହୀନିରେ ସାମିଲ ହୋଇଥିଲେ । ଗୋପିନାଥ ପିତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା ବେଳେ ତାଙ୍କର ଆଉ ଦୁଇଭାଇ ଓ ଦୁଇ ଭଉଣୀ ଅଛନ୍ତି । ପୁଣ୍ୟତୋୟା ଚିତୋତ୍ପଳା ତଟ ଦେଶରେ ଛୋଟରୁ ବଡ ହୋଇଥିଲେ ଗୋପୀନାଥ ।ଦେଶସେବା କରିବାନିମନ୍ତେ ଅଜସ୍ର ସ୍ୱପ୍ନ ଦେଖିଥିଲେ ସେ । ୧୯୯୯ ମସିହା ମେ ମାସରେ ସଂଘଟିତ କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷକୁ ନିପାତ କରିବା ନିମନ୍ତର ବୀର ଦର୍ପରେ ଗୋପୀନାଥ ସାଥୀ ଯବାନଙ୍କ ସହ ଆଗେଇ ଯାଇଥିଲେ । ପାକିସ୍ତାନ ଅନୁପ୍ରବେଶକାରୀଙ୍କ ଅବିଶ୍ରାନ୍ତ ଗୁଳିମାଡରେ ସେ ଟଳି ପଡିଥିଲେ ।୧୯୯୯ ମସିହା ମେ ୧୯ ତାରିଖରେ ୫୨୧ଏ.ଏସ ସି ବାଟାଲିୟନ ଭ୍ୟନରେ ଗୋପୀନାଥ ଯାଉଥିବା ବେଳେ ଶତ୍ରୁ ପକ୍ଷ ତାଙ୍କ ଗାଡି ଉପରକୁ ଅବିଶ୍ରାନ୍ତ ଗୁଳି ବର୍ଷଣ କରିଥିଲେ । ମୃତୁୟର ୪ଦିନ ପରେ ଏକ କ‘ିନ ଭିତରେ ବୀର ଗୋପୀନାଥଙ୍କର ଶବ ତାଙ୍କ ଗାଁକୁ ଆସିଥିଲା । ଦେଶ ସେବା କରିବାକୁ ଯାଇ ସହିଦ ହୋଇଥିବା ଗୋପୀନାଥଙ୍କୁ ସମ୍ମାନ ଜଣାଇବା ପାଇଁ ହଜାର ହଜାର ସୋକାକୁଳ ଜନତା ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ ।