ଭୁବନେଶ୍ବର-୨୭ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବେସ ଉତ୍ସବମୂଖର ହୋଇଉଠିଥିଲା । ଉକ୍ତ ମହୋତ୍ସବରେ ହଜାର ହଜାର ଶ୍ରଧାଳୁ ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ହରିବୋଲ ହୁଳହୁଳି ନାମ ସଂକିର୍ତ୍ତନ ଓ ରାସ ପରିବେଷଣରେ ଭରପୁର ହୋଇ ଯାଇଥିଲା ।
ଆମର ହସ୍ତଗତ ହୋଇଥିବା ଖବର ଅନୁଯାଇ ଶ୍ରୀଶ୍ରୀ ଗୋପିନାଥ ଜୀୟୁ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟବୋଡର ପ୍ରତ୍ୟକ୍ଷ ତତ୍ୱାବଧାନରେ ଦ୍ୱାଦସ ଗୋପାଳ ବୈାଷ୍ଣବ ସେବାୟତ ମାନଙ୍କ ଦ୍ୱାରା ଦେବ ନିତୀ ଅନୁସାରେ ପୂର୍ବ ନିର୍ଧାାରିତ କାର୍ଯ୍ୟକ୍ରମ ଅନୁଯାଇ ସେବା ପୂଜା ପ୍ରାପ୍ତ ୪ ଘଟିକା ସମୟରୁ ଆରମ୍ବ କରାଯାଇ ପ୍ରଭୁଙ୍କର ନିତ୍ୟା ସ୍ନାନ,ମଙ୍ଗଳ ଆଳତି,ପହିଲିଭୋଗ ଓ ମକୁଟ ଲାଗି କରାଯାଇଥିଲା । ଏହି ଉତ୍ସବରେ ପୀଠର ଚତ୍ରୃପାଶ୍ୱରେ ଥିବା ଦ୍ୱାଦସ ବଟବୃକ୍ଷକୁ ପୂଜା ଅର୍ଚ୍ଚନା କରାଯାଇ ରାହାସ ପଠନ ଆଦି କରାଯାଇଥିଲା । ସଂନ୍ଧ୍ୟ ଆଳତି ସମୟରେ ବହୁ ଶ୍ରଧାଳୁ ଭକ୍ତ ଯୋଗଦେଇ ଠାକୁରଙ୍କ ସଂନ୍ଧ୍ୟା ଆଳତି ଦର୍ଶନ କରିଥିଲେ । ପରେ ଅଚ୍ୟୁତାନନ୍ଦଙ୍କ ରଚିତ ଅଷ୍ଟଜ୍ଞୁଜରି ଓ ନବଗୁଜରି ପାଠ କରାଯାଇଥିଲା ।