ଭୁବନେଶ୍ୱର,୦୫ା୦୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ମାଳିକା ବିଶାରଦ ପଣ୍ଡିତ କୁରାମଣୀ ପାଠୀଶର୍ମାଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଅଛି । ଆଜି ନିଶ୍ଚିନ୍ତକୋଇଲି ବ୍ଲକ ତିଲକଣା ପଞ୍ଚାୟତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମପୀଠରେ ପଣ୍ଡିତ କୁରାମଣୀ ପାଟୀଶର୍ମା ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ବାର୍ଷିକରେ ବିଶିଷ୍ଟ ସାଧକ ପ୍ରତାପ ସିଂହ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ପ୍ରତାପ ଚନ୍ଦ୍ର ମହାନ୍ତି, ଜ୍ଞାନରଞ୍ଜନ ଦାଶ, ସୁରେଶ କୁମାର ସିଂ, ସିଦ୍ଧାର୍ଥ ମହାପାତ୍ରୁ,ଶିବ ପ୍ରସାଦ ପଣ୍ଡା, ନିହାର ରଂଜନ ମହାରଥ,ସରପଞ୍ଚ ବିଶ୍ୱନାଥ ପଣ୍ଡା,ପଣ୍ଡିତ କଳ୍ପତରୁ ଦାଶ,ଡଃ ପ୍ରଭାକର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପଣ୍ଡିତ ପାଠୀଶର୍ମାଙ୍କ ବହୁମୁଖୀ ପ୍ରତିଭା ତଥା ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟ ମାଳିକା ସମଗ୍ର ଓଡିଶାରେ ପ୍ରଚାର ପ୍ରସାର କରି ସେ ବେଶ୍ ପରିଚିତ ଥିଲେ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଗୀତା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମଂଜୁଲତା ପାଠୀଶର୍ମା, ସଂଯୁକ୍ତା ପାଠୀଶର୍ମା, ଅଶୋକ କୁମାର ସାହୁ,ଶିକ୍ଷାବିତ ବିଜୟ କୁମାର ସାହୁ, ରମେଶ ଚନ୍ଦ୍ର ଜେନା ,କେଦାରନାଥ ସାହୁ ,ପ୍ରଦିପ ସାହୁ ,କାର୍ତ୍ତିକ ଦାସ,ଶାନ୍ତନୁ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।