January 31, 2025

ଭୁବନେଶ୍ୱର,୨୮।୧: (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– କଟକ ତେଲେଙ୍ଗାପେଣ୍ଠ ଛକରେ ମଙ୍ଗଳବାର ଏକ ଓମ୍‌ଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ କ୍ଷୀର ଗାଡ଼ି ଭାରସାମ୍ୟ ହରାଇ ହାଇୱା ପଛରେ ପିଟି ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣାରେ ଗାଡ଼ି ହେଲପର୍‌ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଓମ୍‌ଫେଡ ଗାଡ଼ିଟି ନରାଜ କ୍ଷୀର ପ୍ଲାଣ୍ଟରୁ ବାହାରି ନଖରା ଅଭିମୁଖେ ଯାଉଥିବା ବେଳେ ତେଲେଙ୍ଗାପେଣ୍ଠ ଛକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *