January 26, 2025

ଭୁବନେଶ୍ୱର୧୨/୧୧/୨୩ ଭୟେସ ଅଫ୍ ଇଣ୍ଡିଆ (ବିନୟ କୁମାର ଦାସ)– ପୃଥିବୀ ଭଳି ଏକ ଅନନ୍ୟ ସୁନ୍ଦର ସବୁଜ ଗ୍ରହରେ ମଣିଷ ଈଶ୍ୱରଙ୍କ ଶ୍ରେଷ୍ଠତମ ସୃଷ୍ଟି । ସବୁ ପ୍ରାଣୀମାନଙ୍କଠାରୁ ମନୁଷ୍ୟ ପରିବେଶର ବିସ୍ତାର ଓ ବ୍ୟାପକତା ନିଶ୍ଚୟ ନିଆରା । ଜନ ଜୀବନ ତଥା କାର୍ଯ୍ୟକଳାପୁ ପ୍ରଭାବିତ କରୁଥିବା ମାଟି, ପାଣି, ପବନରେ ପରିପୁଷ୍ଟ ପରିବେଶର ଅବକ୍ଷୟ ଓ ତଜ୍ଜନୀତ ବିଭିନ୍ନ ସମସ୍ୟା ଏକାନ୍ତ ଉଦ୍‌ବେଗର କାରଣ ହୋଇପଡିଛି । ମଣିଷର ପରିବେଶ ଉଭୟ ଆଙ୍ଗିକ ଓ ଆତ୍ମିକ ଭାବେ ପ୍ରାକୃତିକ ଓ ଅପ୍ରାକୃତିକ କାରକମାନଙ୍କ ଏକ ଅଦ୍ଭୁତ ପୂର୍ବ ସମନ୍ୱୟ । ପରିବେଶ ସନ୍ତୁଳନ ଆଜିର ମୁଖ୍ୟ ଆବଶ୍ୟକତାକୁ ସବୁଜ ପୃଥିବୀରେ ପରିଣତ କରିବା ନିମତ୍ତ ବୃକ୍ଷରୋପଣ ଭଳି ମହନୀୟ କାର୍ଯ୍ୟ ଏକାନ୍ତ ଆବଶ୍ୟକ ବୋଲି ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ହରିରାଜପୁରରେ ମା ଦକ୍ଷୀଣକାଳୀ ସେବକ ସଂଘ ପକ୍ଷରୁ ଆୟୋଜିତ ପରିବେଷ ସଂପର୍କିତ ଆଲୋଚନା ଚକ୍ର ଓ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବହୁ ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।

ମା ଦକ୍ଷୀଣକାଳୀ ସେବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ବିଜୟ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦିପ୍ତ ପରିଡା ଯୋଗଦେଇଥିବା ବେଳେ ଅତିଥି ଭାବେ ଚନ୍ଦନ ସାମଲ,ସୁନାକର ଓଝା,ପ୍ରତାପ ବେହେରା,ଭରତ ବେହେରା,ନିମାଇ ଚରଣ ସାହୁ ପ୍ରମୁଖ ଯୋଗଦେଇ ବାସ୍ତବ ପରିବେଶିୟ ସମସ୍ୟାପ୍ରତି ଅନୁ୍ମାନ ପୂର୍ବକ ପରିବେଶ ସଚେତନତାରେ ପ୍ରତ୍ୟେକ ଭାଗିଦାର ହେବାକୁ ପରାମର୍ଶ ଦେଇଥିଲେ ।ଏହିଅବସରରେ ସମାଜସେବୀ କିଶୋର କୁମାର ତ୍ରୀପାଠୀ ଯୋଗଦେଇ ଜନବାୟୁ ପରିବର୍ତ୍ତନ, ତାପମାନ ବୃଦ୍ଧି, ଜୈବ ବିବିଧତା, ସଂରକ୍ଷଣ, ପ୍ରାକୃତିକ ଦୁର୍ବିପାକ, ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ପ୍ରାକୃତିକ ସଂପଦର ରକ୍ଷଣା ବେକ୍ଷଣ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ସମୁଚିତ ବଣ୍ଟନ ସହ ସୌରଶକ୍ତି, ପବନ ଶକ୍ତି, ଜୈବ ବସ୍ତୁଜାତ ଶକ୍ତି ଆଦି ଅକ୍ଷୟ ଶକ୍ତିର ବ୍ୟବହାର କରି ପରିବେଶର ସୁସ୍ଥତାରେ ବୃକ୍ଷରୋପଣଙ୍କୁ ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ପରେ ପରିବେଷ ସଂପର୍କିତ ସଚେତନତା ଶୋଭାଯାତ୍ରା କରାଯାଇଥରଲା । ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ଓଝା,ଅଲିଭା ତ୍ରୀପାଠୀ,ସୁମନ ସରିତା ସାହୁ,ଦେବେନ୍ଦ୍ର ତ୍ରୀପାଠୀ,ରମେଶ ଚନ୍ଦ୍ର ସାହୁ,ଦକ୍ଷ ପ୍ରସାଦ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ/ସଭ୍ୟା , ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଶେଷରେ ସମାଜସେବୀ ପ୍ରତାପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *