
ନେମାଳ୧୩/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ )ନେମାଳ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେରେ ଶ୍ୟାମାକାଳୀ ପୂଜା ନିରାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପୂଜା ମଣ୍ଡପରେ କାଳୀ ପୂଜା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ।ବିଶେଷକରି ନେମାଳ ମାଳିଗାଁ ସ୍ଥିତ ପୂଜା ମଣ୍ଡପରେ ନିର୍ମାଣ ହୋଇଥିବା ମା’ କାଳୀଙ୍କ ମୃଣ୍ମୟ ମୂର୍ତ୍ତିୀଗୁଡିକରେ ଚକ୍ଷୁଦାନ କରାଯାଇ କଳସ ଶୋଭାଯାତ୍ରାରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ପାଣି ତୋଳାଯାଇ ମା’ କାଳୀଙ୍କର ପାରମ୍ପରିକ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ମା’ଙ୍କ ଘଟସ୍ଥାପନ, ଜୀବନ୍ୟାସ, ଚକ୍ଷୁଦାନ, ନବପତ୍ରିକା ପ୍ରବେଶ, ଅସ୍ତ୍ର ପୂଜା, ଦେବାଶାସ୍ତ୍ର ପୂଜା ଓ ସପ୍ତସତୀ ଚଣ୍ଡି ହୋମ କାର୍ଯ୍ୟକ୍ରମ ପୂଜକମାନଙ୍କ ଦ୍ୱାରା ସମାପନ କରାଯାଇଛି । ବିଭିନ୍ନ ଅଞ୍ଚଳର ପୀଠରେ ସୁବେଦୀ ବ୍ରାହ୍ମଣଙ୍କ ଦ୍ୱାରା ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି ।

ସେହିପରି ମହାନ ଆଧ୍ୟାତି୍ମକ ଶକ୍ତିପୀଠ ରୂପେ ପରିଚିତ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ହରିରାଜପୁର ସ୍ଥିତ ଆଦୀଶକ୍ତି ମା ସିଦ୍ଧ ଦକ୍ଷୀଣକାଳୀଙ୍କ ବିଜେସ୍ଥଳୀ ପରିସରରେ ପୂଜା ମହୋତ୍ସବ ଯଥା ରିତି ନିତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ମା ଦକ୍ଷୀଣ କାଳୀ ସେବକ ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରୋନା ମହାମାରୀ କଟକଣା ପାଇଁ ବନ୍ଦ ରହିଥିଲା । ତେବେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ମା’ ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରି ବିଭୁକୃପା ଲାଭ କରିଛନ୍ତି । ଉକ୍ତ ଉତ୍ସବରେ ପଣ୍ଡିତ ଚନ୍ଦ୍ରକାନ୍ତ ତ୍ରିପାଠୀଙ୍କ ଦ୍ୱାରା ମାଙ୍କ ପୂଜା କାର୍ଯ୍ୟ କରାଯାଇଥିବା ବେଳେ କିଶୋର ତ୍ରିପାଠୀ,ଚନ୍ଦ୍ରକାନ୍ତ ତ୍ରିପାଠୀ,ନିମାଇ ସାହୁ,ମୋହନ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି ।ସେହିପରି ନେମାଳ ପଞ୍ଚାୟତ ମାଳିଗାଁ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଗନ୍ଧର୍ବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ମା’ଙ୍କର ସ୍ନାନ, ନୂତନ ବସ୍ତ୍ର ପରିଧାନ, ମାର୍ଜନା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା ପରେ ବିଳମ୍ବିତ ରାତିରେ କଳସ ଯାତ୍ରାରେ ଜଳତୋଳାଯାଇ ଚକ୍ଷୁଦାନ ପର୍ବ ପରେ ଚଣ୍ଡୀପାଠ, ହୋମଯଜ୍ଞ ଆଦି ପୂଜାର୍ଚ୍ଚନା କରାଯାଇଥିଲା ।ସେହିପରି ହରିରାଜପୁର ହାଟ ପଡିଆଠାରେ ବୁଟା ବାବାଙ୍କ ତତ୍ତ୍ୱାବଧାନରେ କାଳୀପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛ ।(
