January 30, 2025

ଭୁବନେଶ୍ୱର,୧୨ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହମ୍ମଦପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସରପଞ୍ଚ ପ୍ରତିଭା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଳନା ଓ ଏହାର ସଫଳ ରୂପାୟନ ହୋଇଥିବାରୁ ପଞ୍ଚାୟତରେ ଭିତ୍ତି ଭୂମିର ବିକାଶର ବାର୍ତ୍ତା ଦେବା ସହିତ ଗ୍ରାମାଞ୍ଚଳର ଲୋକମାନେ ଏବେ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା ହାତପାହାନ୍ତାରେ ପାଉଛନ୍ତି । ଚାଷୀ ଯୁବବର୍ଗ ଓ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ମିଳୁଛି । ଶିକ୍ଷାର ଭିଭିଭୂମିର ବିକାଶ ସାଙ୍ଗକୁ ଲୁଣା-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳରେ ଗମନାଗମନର ସୁବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳ ଲୋକ ରାଜ୍ୟ ସରକାରଙ୍କର ଜନ କଲ୍ୟାଣ ଯୋଜନା ପାଇବାରେ ସକ୍ଷମ ହୋଇଛନ୍ତି ।ଫଳରେ ପଞ୍ଚାୟତରେ ଭିରିଭୂମିର ବିକାଶ ମଧ୍ୟ ହୋଇଛି ବୋଲି ବୋଲି ସୁଚନା ଦେଇଥିଲେ ।

ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ପଞ୍ଚାୟତର ସଭାପତି ନରେନ୍ଦ୍ର ବାରିକ ,ଯୁବ ସଭାପତି ସବୀର ଅଲ୍ଲୀ ,ପ୍ରାକ୍ତନ ଜିଲ୍ଲାପରିଷଦ ଦିଲିପ ବିଶ୍ୱାଳ ,କଟକ ସଦର ଛାତ୍ର ସଭାପତି ସଂଗ୍ରାମ ସାହାଣୀ,ଏସ୍‌କେ ସୋଫିୟାନ ଅଲ୍ଲୀ,ଏସ୍‌କେ ମୁକ୍ତାର ଅହେମଦ୍ ,ବସନ୍ତ କୁମାର ନାୟକ,ସେକ୍ ଇମ୍ରାନ ଅଲ୍ଲୀ,ଶିବ ପ୍ରସାଦ ମଲ୍ଲ ,ଶିଶିର କୁମାର ରାଉଳ,ସନ୍ତୋଷ କୁମାର ସୁତାର,ପ୍ରଶାନ୍ତ ପଣ୍ଡିତ ,ନକୁଳ ଚରଣ ବେହେରା ,ପ୍ରକାଶ ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଟିଭି ପରଦା ସହ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ଏବଂ ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଆମ ପଞ୍ଚାୟତର ବିକାଶ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିବା ବେଳେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି , ଏମବିକେ,ସିଆରସି,ସମସ୍ତ ସ୍ୱସ୍ଥ୍ୟକର୍ମୀ ମାନଙ୍କୁ ଉପଢୈକନ ମାନେପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ।

ଏହି ପଞ୍ଚାୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୧୦ଟି ପ୍ରକଳ୍ପ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୧୧୦୨ ପରିବାରଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ୭୪୩ ଜଣ କୃଷକଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୬୦୧ ହିତାଧିକାରୀଙ୍କୁ ଭର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ମିଶନ ଶକ୍ତି ଯୋଜନାରେ ୩୨ଟି ଗୋଷ୍ଠିକୁୁ ୧୩.୫୫ଲକ୍ଷ ଟଙ୍କା ବିନାସୁଧରେ ଋଣ ଦିଆଯାଇଛି । ୧୧୧୨ ପରିବାରକୁ ରାଶନ କାର୍ଡ ଓ ୪୧୨ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ସରପଞ୍ଚ ଶ୍ରୀମତି ବେହେରା ସୂଚନା ଦେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।(ସାର ଫଟୋ ପଠାଇଛି ବସାଇବେ)

Leave a Reply

Your email address will not be published. Required fields are marked *