November 1, 2024

ବିଜେଡିରୁ ୧୧ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଇସ୍ତଫା

ସାଲେପୁର,୧୧ା୦୮(ଭୟେସ ଅଫ୍ ଇଣ୍ଡିଆ/ପ୍ରଶାନ୍ତ ସିଂହ ) :-ସାଧାରଣ ନିର୍ବାଚନକୁ ଦିନ କେଇଟା ନପୂରୁଣୁ,ଉପକୂଳ ଜିଲ୍ଲାରେ ବିଜେଡିକୁ ପୁଣି ଶକ୍ତ ଧକ୍କା ଲାଗିଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରୁ ଆଜି ୫ ଜଣ ବିଜେଡି ସମର୍ôଥତ ସମିତି ସଭ୍ୟ ଇସ୍ତଫା ଘୋଷଣା କରିଥିବା ବେଳେ ସେମାନଙ୍କ ସହିତ ଆହୁରି ୬ ଜଣ ସରପଞ୍ଚ ମଧ୍ୟ ଦଳ ଛାଡି ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ସହିତ ମିଶିବା ଚର୍ଚ୍ଚାର ବିଷୟ ହୋଇଛି । ଦଳ ଛାଡିଥିବା ସମସ୍ତ ୧୧ ଜଣ ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁଗତ ଭାବେ କାର୍ଯ୍ୟ କରୁଥିଲେ ଏହି ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଥିଲା । ଯୁବ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସାରଦାଙ୍କ ଶିବିରରେ ଏହି ୧୧ ଜଣ ଲୋକପ୍ରତିନିଧି ଯୋଗଦାନ କରିଛନ୍ତି । ବିକଶିତ ମାହାଙ୍ଗା ଗଠନ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଗସପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ମଲ୍ଲିକ, ନରେନ୍ଦ୍ରପୁର ଗ୍ରାମ ପଞ୍ଚୟତର ସରପଞ୍ଚ ନମିତା ରାୟ ଓ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ,

ଫୋଗଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଷ୍ଣବ ଚରଣ ସାମଲ ଓ ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, କେରିଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଭ୍ରା ମହାନ୍ତି ଓ ସମିତିସଭ୍ୟା ସୌର ପ୍ରଭା ଜଗଦ୍ଦେବ, କଟିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତରଞ୍ଜନ ମଲ୍ଲିକ, ସୁକରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ମଲ୍ଲିକ, ଯମରା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ମେନକା ବଳ, ଜୟରାମପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ ବହୁ ସମର୍ଥକ ମାନେ ବିଜୁଜନତା ଦଳ ପରିତ୍ୟାଗ କରି ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରଧାନଙ୍କ ସହିତ ଯୋଗ ଦେଇ ଥିବାରୁ ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *