January 27, 2025

ଭୁବନେଶ୍ୱର,୪ା୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-  ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳରେ ମହାପୁରୁଷ ଅଚ୍ୟୁତାନନ୍ଦ ମିନି ଷ୍ଟାଡିୟମ ଆଜି ରବିବାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରାଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଛି । କଟକ ଜିଲ୍ଲା ବିଜୁଜନତାଦଳ ସାଧାରଣ ସଂପାଦକ ତଥା ସମାଜସେବୀ ନୃସିଂହଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ କଟକ ସଦର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳିର ବିଭିନ୍ନ ପଞ୍ଚାୟତରୁ ୧୦ହଜାରରୁ ଉର୍ଦ୍ଧ କ୍ରୀଡାବିତ ,ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ନେମାଳ ପଞ୍ଚାୟତ ସରପଞ୍ଚ ସସ୍ମିତା ମହାନ୍ତି ,ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଧେଶକ ଅଚ୍ୟୁତାନନ୍ଦ ଦାସ, ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଳ କୁମାର ଦାସ , ଉପସଭାପତି ଅମୀୟ ପ୍ରସାଦ ମହାନ୍ତି, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ,ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ,ସମିତି ସଭ୍ୟ ବିଶ୍ୱେନ୍ଦୁ ମହାରଣା ,କଟକ ଜିଲ୍ଲା ସଂପାଦକ ହିଂମାଶୁ ଶେଖର ଦାସ, ବ୍ଲକ ଛାତ୍ର ନେତା ବଳଦେବାନନ୍ଦ ଦାସ, ରୁସତମ ମହମ୍ମଦ,ଯୁବ ନେତା ସୁବାସ ପାତ୍ର, ଯୁବ ବିଜେଡି ସଭାପତି ଭୈରବ କାସ୍ତ , ତିଲକଣା ସରପଞ୍ଚ ବିଶ୍ୱନାଥ ପଣ୍ଡା,ଜନାର୍ଦ୍ଦନପୁର ସରପଞ୍ଚ ବିଶ୍ୱଭୁଷଣ ନାୟକ,କଳମିଶ୍ରୀ ସରପଞ୍ଚ ଅନନ୍ତ କର ,ନିଶ୍ଚିନ୍ତଜୋଇଲି ବ୍ଲକ ବିକୁଜନତା ଦଳ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ,ସାଧାରଣ ସଂମ୍ପାଦକ ମିଲନ କୁମାର ଭୁୟାଁ,ରାଜ୍ୟ ସଦସ୍ୟା ପଦ୍ମାବତୀ ସାହୁ,,ଯୁବ ବିଜେଡି ସଭାପତି ଭୈରବ କାସ୍ତ ,ଇଶାଣୀବରହମପୁର ପଞ୍ଚାୟତ ସୁଶାନ୍ତ କୁମାର ସେଠି, ବିଶିଷ୍ଟ କ୍ରୀଡାବିତ୍ ଅକ୍ତର ଅଲ୍ଲୀ, ସୁନାକର ସାହୁ ,ପ୍ରାକ୍ତନ ସରପଞ୍ଚ ସରୋଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଷ୍ଟାଡିୟମର ଗ୍ୟାଲେରି ଓ ଉଚ୍ଚକୋଟିର ପ୍ୟାଭିଲିୟନ୍ ପାଇଁ ବେଶ ପ୍ରଶଂସା କରିଥିଲେ । ଏହି ଅବସରରେର ବିଧାୟକ ଶ୍ରୀଯୁକ୍ତ ବେହେରାଙ୍କ ଦ୍ୱାରା ଷ୍ଟାଡିୟମ ନିର୍ମାଣ କରିଥିବା କୁଶଳି କାରିଗର ମାନଙ୍କୁ ମାନପତ୍ର ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବନ୍ଧୁତ୍ୱପୂର୍ଣ କ୍ରିକେଟ୍ ପ୍ରତିଯୋଗିତା କଟକ ସଦର ଓ ନିଶ୍ଚିନ୍ତକୋଇଲି ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କଟକ ସଦର ବରିଷ୍ଠ ବିଭାଗ ଚମ୍ପିୟନ ହୋଇଥିଲେ ।

ସୁଚନାଯୋଗ୍ୟ ଲୁଣା-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ବହୁ ପଞ୍ଚାୟତ କ୍ରୀଡ଼ାର ବିକାଶ ପାଇଁ କଟକ ସଦର ବିଧାୟକ ଶ୍ରୀଯୁକ୍ତ ବେହେରା ନେମାଳରେ ମିନି ଷ୍ଟାଡ଼ିୟମ୍‌ର ଶିଳାନ୍ୟାସ କରି ଖୁବ୍ କମ ଦିନରେ ଆଜି ତାହାର ରୁପାନ୍ତିକରଣ କାର୍ଯ୍ୟ ଶେଷ କରିଥିବାରୁ ଅଞ୍ଚଳବାସୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏହି ଷ୍ଟାଡ଼ିୟମ୍‌ରେ ୨ ହଜାର ଦର୍ଶକ ବସି ଖେଳ ଦେଖିବା ପାଇଁ ଗ୍ୟାଲେରି ଓ ଉଚ୍ଚକୋଟିର ପ୍ୟାଭିଲିୟନ୍ କାର୍ଯ୍ୟ ହୋଇଥିବା ବେଳେ ଲୁଣା-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ପାଇଁ କ୍ରୀଡାର ବିକାଶ ପାଇଁ ଏହା ଏକ ବିଶେଷ ମାଧ୍ୟମ ବୋଲି ବହୁ ଛାତ୍ରନେତା,ଯୁବନେତା,କ୍ରୀଡାବିତ ମତପୋଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *