
କଟକ -୨୧/୧୧/୨୩ (ଭୟେସ ଅଫ୍ ଇଣ୍ଡିଆ)-ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳରେ ଯୁକ୍ତ ତିନି ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ବିପିନ ବିହାରି ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଂକର ପ୍ରସାଦ ନାୟକ ଯୋଗଦେଇ ଛାତ୍ରମାନେ ଦୃଢ ଅଧ୍ୟାବସାୟ ବଳରେ ସମାଜର ଉଚ୍ଚ ସୋପାନରେ ପହଞ୍ଚି ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଗଗନ ବିହାରି ଦାସ ଯୋଗଦେଇ କଲେଜର ବିଭିନ୍ନ ଲୋକାଭୀମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ବେକାର ସମସ୍ୟା ଦୂର କରିବା ଓ ଅତ୍ମନିର୍ଭରଶିଳ ହେବାପାଇଁ ସୁଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପଫୁୁୁଲ୍ଲ କୁମାର ଲେଙ୍କା,ଅଧ୍ୟାପକ ଅଭିମନ୍ୟୁ ସେଠୀ,ଅଧ୍ୟାପିକା ବିପ୍ଲବିନୀ ସିଂହ,ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ ,ଅଧ୍ୟାପକ ବିବେକାନନ୍ଦ ଜେନା ,ଅଧ୍ୟାପିକା ଡ.ଦିପ୍ତିମୟୀ ବେହେରା,ଅଧ୍ୟାପିକା ସୁଚିସ୍ମିତା ରଣା,ଅଧ୍ୟାପକ ଚିତରଞ୍ଜନ ଜେନା,ଅଧ୍ୟାପିକା ରଞ୍ଜୁଲତା ସାହୁ, ଅଧ୍ୟାପିକା ଶୁଭଲକ୍ଷ୍ମୀ ନାୟକ,ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ,ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ,ଅଧ୍ୟାପକ ଦେବାଶିଷ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ପ୍ରାରମ୍ବରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁସାନ୍ତ କୁମାର ସାହୁ ପ୍ରାରମ୍ବିକ ସୁଚନା ,ଅଧ୍ୟାପିକା ମଧୁସ୍ମିତା ସାହୁ ବିବରଣି ପାଠ ପ୍ରଦାନ କରିଥିଲୋ । ଏହି ଅବସରରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଉତ୍ସବରେ ବହୁ ଛାତ୍ରଛାତ୍ରୀ ,ଛାତ୍ରଭିଭାବକ , କଲେଜର ସମସ୍ତ ଅ୍ମାପକ,ଅ୍ମାପିକା ଏବଂ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ପରେ ଅଧ୍ୟାପକ ବିକାଶ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

