ଯୁବପୀଢି ମାନେ ସମାଜମଙ୍ଗଳର ନବଦିଗନ୍ତ ଅନନ୍ୟ ପ୍ରୟାସ ଜାରି ରଖିବାକୁ ଆହ୍ୱାନ
ଭୁବନେଶ୍ବର ,୩୦ା୧୨ (ଭୟେସ ଅଫ୍ ଇଣ୍ଡିଆ) :- ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ମାନ୍ୟବର ବିଧାୟକ ଚନ୍ଦ୍ରସାରଥି ବେହେରା ଯୋଗଦେଇ ଯୁବପୀଢି ମାନେ ସମାଜମଙ୍ଗଳର ନବଦିଗନ୍ତ ଅନନ୍ୟ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ଚଳଚିତ୍ର କଳାକାର ଶୁଭାଶିସ ନାଥଶର୍ମା ଯୋଗଦେଇ ଭାରତୀୟ ସାଂସ୍କୃତିକ ଚେତନାକୁ ନୂଆ ଜୀବନ ଦେବାରେ ଯୁବପିଢି ମାନଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ ହେଲେ ଆଶାର ନୂଆ କିରଣ ସୃଷ୍ଟି ହୋଇପାରିବ ବୋଲି ସୁଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ ଭୋଇ ,ସିସିବି ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଦାସ,ସ୍ଥାନିୟ ସରପଞ୍ଚ ସସ୍ମିତା ମହାନ୍ତି, ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା ପ୍ରମୁଖ ଯୋଗଦେଇଥିଲୋ । ଏହି ଅବସରରେ କ୍ରୀଡା ,ସଂସ୍କୃତି ,ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଯୁବବର୍ଗ ମାନଙ୍କ ସଫଳତା ପାଇଁ ମାନପତ୍ର ଓ ପୁରସ୍କାର ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ବେହୋରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ପ୍ରାରମ୍ବରେ ନୋଡାଲ ଅଫିସର ପ୍ରଫେସର ଗଗନ ବିହାରି ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିନୟ କୁମାର ଦାସ ପ୍ରାରମ୍ବିକ ସୁଚନା ପ୍ରଦାନ ଓ ମଞ୍ଚ ପରିଚାଳନା କରିିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଲେଙ୍କା , ସମାଜସେବି କରେକୃଷ୍ଣ ପୁଝାରୀ ,ଅଧ୍ୟାପକ ଅଭିମନ୍ୟୁ ସେଠୀ,ଅଧ୍ୟାପିକା ବିପ୍ଲବିନୀ ସିଂହ,ଅଧ୍ୟାପକ ସୁଧାଂଶୁ ଶେଖର ସ୍ୱାଇଁ ,ଅଧ୍ୟାପକ ପ୍ରଦିପ୍ତ ବେହେରା,ଅଧ୍ୟାପିକା ଶୁଭଲକ୍ଷ୍ମୀ ନାୟକ , ଅଧ୍ୟାପିକା ସୁଚିସ୍ମିତା ରଣା ,ଅଧ୍ୟାପକ ଲେ‘୍ଟନାଣ୍ଟ ଶୁୁସାନ୍ତ କୁମାର ସାହୁ ,ଅଧ୍ୟାପକ ବିବେକାନନ୍ଦ ଜେନା ,ଅଧ୍ୟାପିକା ଡ.ଦିପ୍ତିମୟୀ ବେହେରା,ଅଧ୍ୟାପକ ଚିତରଞ୍ଜନ ଜେନା,ଅଧ୍ୟାପିକା ମଧୁସ୍ମିତା ସାହୁ ,ଅଧ୍ୟାପିକା ରଞ୍ଜୁଲତା ସାହୁ, ଅଧ୍ୟାପିକା ଶୁଭଲକ୍ଷ୍ମୀ ନାୟକ,ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ,ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ,ଅଧ୍ୟାପକ ବିକାଶ ରଞ୍ଜନ ବେହେରା,ଅଧ୍ୟାପକ ଦେବାଶିଷ ସାହୁ ,ମିନାକ୍ଷି ସାହୁ,ଛାତ୍ରନେତା ପ୍ରମୁଖ ଯୋଗଦେଇଥିଲେ । ଶେଷରେ ନୋଡାଲ ଅଫିସର ପ୍ରାଧ୍ୟାପକ ବିପିନ ବିହାରି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।