November 1, 2024

ଭୁବନେଶ୍ୱର,୧୯ା୦୧ (ଭୟୋସ ଅଫ୍ ଇଣ୍ଡିଆ) :-ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଆନୁକୂଲ୍ୟରେ \’ବିଶ୍ୱ ଓଡିଆ ଭାଷା ସମ୍ମିଳନୀ\’ ଆୟୋଜନ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନୂଆ-ଓ ଯୋଜନାରେ ସାହିତ୍ୟ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଶ୍ରୀ ଜଗନ୍ନାଥ ବିଶ୍ୱ ଭାତୃତ୍ୱ ପରିବାର ସେବା ସଂଘ ପ୍ରତିଷ୍ଠାତା ପ୍ରାଧ୍ୟାପକ ବିପିନ ବିହାରି ଦାସ ଯୋଗଦେଇ ଓଡିଆ ଭାଷାର ଉତ୍କର୍ଷତା ସମ୍ପର୍କରେ ଆଲୋକପାତ କରିବା ସହ ଓଡିଆ ଭାଷାର ସୀମା ଓ ସମ୍ଭାବନା ଯଥେଷ୍ଟ ଅଧୂକ ବୋଲି ମତବ୍ୟକ୍ତ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସକଳ ମାନବବାଦ ତଥା ମାନବ ଜାତିର ଅସ୍ମିତାର ପ୍ରତୀକ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ କଲେଜ ପ୍ରଶାସନିକ ଅଧିକାରୀ ତଥା ଓଡିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗଗନ ବିହାରି ଦାସ , ଶାସ୍ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିନୟ କୁମାର ଦାସ , ଅଧ୍ୟାପକ ପ୍ରଦିପ୍ତ ବେହେରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଅଧ୍ୟାପିକା ଡ.ଦିପ୍ତିମୟୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ,ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେ ବେଳେ ଯୁକ୍ତ ତିନି ନୋଡାଲ ଅଧିକାରୀ ଅଧ୍ୟାପକ ଚିତରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛା ତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ବକ୍ତୃତା, ହସ୍ତାକ୍ଷର ଗଳ୍ପ ଲିଖନ, କବିତା ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *