ଭୁବନେଶ୍ୱର,୦୮ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ମହାନ ଆଧ୍ୟାତି୍ମକ ଧର୍ମପୀଠ ରୂପେ ପରିଚିତ ଉତ୍କଳ ପ୍ରଦେଶର ଶ୍ରେଷ୍ଠ ସାଧକ ତଥା ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପବିତ୍ର ପଦ୍ମବନ ପୀଠରେ ପବିତ୍ର ସ୍ୱନକ୍ଷତ୍ର ଦିବସ ଅଷ୍ଟପ୍ରହର ବ୍ୟାପୀ ନାମ ଯଜ୍ଞ ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଦିଲିପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୨୦ ତାରିଖରେ ହେବାକୁଥିବା ମହୋତ୍ସବରେ ଲକ୍ଷାଧିକ ଶ୍ରଧାଳୁ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ସଚେତନ ତଥା କ୍ରିୟାଭିମୁଖି ଭାବରେ କାର୍ଯ୍ୟ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।ଏହି ବୈଠକରେ ପାନିୟ ଜଳ , ସ୍ୱାସ୍ଥ୍ୟ , ଗମନାଗମନ , ଆଇନଶୃଖଳା , ଓା୍ୱଚଟାଓା୍ୱର ନିର୍ମାଣ , ପୀଠର ଚତୁଃପାଶ୍ୱର୍ରେ ଥିବା ପ୍ରବେଶ ପଥର ତିନିଶହ ମିଟର ପରିଧି ବାହାରେ ଯାନବାହନ ପାର୍କିଂର ବ୍ୟବସ୍ଥା କରିବା , ପ୍ରତ୍ୟେକ ସ୍ୱେଛାସେବି ଓ ଭିଆଇପିଙ୍କୁ ପରିଚୟପତ୍ର ପ୍ରଦାନ ଉପରେ ଅଲୋଚନା କରାଯାଇଥିଲା । ବିଶେଷ ଭାବରେ ଲକ୍ଷାଧିକ ଯାତ୍ରୀ ଓ ଶ୍ରଧାଳୁ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ,ପଞ୍ଚାୟତ ପରିସରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲା ଯିବା ସହିତ ପର୍ଯ୍ୟାପ୍ତ ପରିମାଣର ଓ÷ାଷଧ ,ଆମ୍ବୁଲାନ୍ସ ଷ୍ଟ୍ରେଚର ଆଦି ମହଜୁଦ ରଖିବା, ପୀଠ ପରିସରକୁ ଉଜ୍ୱଳ ଆଲୋକିକରଣ ,ଯାତ୍ରୀମାନଙ୍କ ବିଭିନ୍ନ ସୁଚନା ପ୍ରଦାନ ପାଇଁ ସୂଚନା କେନ୍ଦ୍ର ଖୋଲିବା ଓ ପୀଠ ପରିସରରେ ଏକ ପ୍ରଶାସନିକ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ପୋଲିସ କଣ୍ଟ୍ରୋଳ ରୁମ ସ୍ଥାପନ କରିବା ,ପୀଠସ୍ଥଳୀରେ ଅସ୍ଥାୟୀ ଭୋଗ ଦୋକାନ,ଦୀପ ଦୋକାନ ତଥା ପାର୍କିଂ ଜୋନକୁ ତହସିଲ କର୍ମଚାରୀଙ୍କ ଦ୍ୱାରା ସ୍ଥାନ ନିରୁପଣ କରାଯିବା ଆଦି ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ନେମାଳ ଥାନା ଅଧିକାରୀ ସୁଶିଲ କୁମାର ନାୟାକ,ସାମ୍ବାଦିକ ବିନୟ କୁମାର ଦାସ ,ସରପଞ୍ଚଙ୍କ ପ୍ରତିନିଧି ଅମିୟ ପ୍ରସାଦ ମହାନ୍ତି,ସମିତି ସଭ୍ୟ ବିଶ୍ୱେନ୍ଧୁ ମହାରଣା ,ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶନ୍ନ କୁମାର ପରିଜା , ରାଜସ୍ୱ ନିରୀକ୍ଷକ ପ୍ରଦିପ୍ତ କୁମାର ବେହେରା ,ସେବାୟତ ସଂଘ ସଭାପତି କ୍ଷମାନିଧି ପୁଝାରୀ ଦେବେନ୍ଦ୍ରନାଥ ସାହୁ,ଶରତ ମଲିକ,ହରେକୃଷ୍ଣ ପୁଝାରୀ,ଅମରବଲ୍ଲଭ ଦାସ, ପାନିୟ ଜଳ ବିଭାଗ ଅଧିକାରୀ ଅକ୍ଷୟ କୁମାର ପୁହାଣ ପ୍ରମୁଖ ଯୋଗଦେଇଥିôଲେ ।