ଭୁବନେଶ୍ୱର,୭ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ମଧୁବାବୁ ପେନ୍ସନ୍ ଯୋଜନା(ଏମ୍ବିପିଓ୍ବାଇ) ହିତାଧିକାରୀ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲାର ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି କରାଯାଇଛି। ସାମାଜିକ ସୁରକ୍ଷା ପ୍ରମୁଖ ସଚିବ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ୩ ଦିନ ଭିତରେ ମଞ୍ଜୁରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପେନ୍ସନ୍ ପୋର୍ଟାଲର ଆବେଦନକାରୀଙ୍କ ତଥ୍ୟ ଦେଇ ସାମାଜିକ ସୁରକ୍ଷା ପ୍ରମୁଖ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।